Posted inଖେଳ

ହୃଦୟ ଜିତିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଢାକା,୮।୧୨: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ବିଜୟ ସହିତ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛ। ବୁଧବାର ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୭୧ ରନ ସଂଗ୍ରହ କରିଥିଲା।
ଏହାର ଜବାବରେ ଭାରତୀୟ ଦଳ ୪୩ ତମ ଓଭରରେ ୨୦୭ ରନ ପାଇଁ ୭ଟି ଉଇକେଟ ହରାଇଥିଲା। ଏହା ପରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ପଡ଼ିଆରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ସାହସିକ ଇନିଂସ ପାଇଁ ସୂର୍ଯ୍ୟକୁମାର ଯାଦବ ଏବଂ ସ୍ତ୍ରୀ ରିତିକା ସଜଦେହ ରୋହିତଙ୍କୁ ପ୍ରଶଂସା କରିଛନ୍ତି।
ରୋହିତ ଏକକ ଭାବରେ ଭାରତକୁ ବିଜୟର ଆଡକୁ ନେଇଥିଲେ, କିନ୍ତୁ ଶେଷରେ ସେ ପଛରେ ରହିଯାଇଥିଲେ। ନଅ ନମ୍ବରରେ ବ୍ୟାଟିଂ କରୁଥିବା ରୋହିତ ୨୮ ବଲରୁ ଅପରାଜିତ ୫୧ ରନ କରିଥିଲେ। ସେ ନିଜ ଇନିଂସରେ ତିନି ଚୌକା ଓ ୫ ଛକା ମାରିଥିଲେ। ମ୍ୟାଚ ଆରମ୍ଭରେ ରୋହିତ ଆହତ ହୋଇଥିଲେ। ସେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ପାଇଥିଲେ। ତାଙ୍କ ଆଙ୍ଗୁଠିରୁ ରକ୍ତ ମଧ୍ୟ ବାହାରୁଥିଲା। ଏହା ପରେ ତାଙ୍କୁ ତୁରନ୍ତ ପଡ଼ିଆରୁ ନିଆଯାଇଥିଲା। ଏହା ପରେ ଢାକା ଡାକ୍ତରଖାନା ମଧ୍ୟ ଯାଇଥିଲେ। ତେବେ କିଛି ସମୟ ପରେ ସେ ଷ୍ଟାଡିୟମକୁ ଫେରିଥିଲେ ମଧ୍ୟ ଫିଲ୍ଡିଂ ପାଇଁ ଓହ୍ଲାଇ ନ ଥିଲେ। ଭାରତୀୟ ଦଳର ବ୍ୟାଟିଂ ଏକ ଫ୍ଲପ ଥିଲା ଏବଂ ଦଳ ୬୫ ରନରେ ୪ଟି ଉଇକେଟ ହରାଇଥିଲା। ଏହା ପରେ ଶ୍ରେୟାସ ଆୟର ଏବଂ ଅକ୍ଷାର ପଟେଲ ଇନିଂସ ସମ୍ଭାଳି ଥିଲେ। ଏହି ଦୁଇଜଣ ଆଉଟ୍‌ ହେବା ମାତ୍ରେ ଭାରତୀୟ ଦଳ ପୁଣି ଅସୁବିଧାରେ ପଡ଼ିଥିଲେ। ଏହା ପରେ ରୋହିତ ଆଙ୍ଗୁଠିରେ ଏକ ବ୍ୟାଣ୍ଡେଜ ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଭାରତୀୟ ଦଳ ହୁଏତ ହାରିଥାଇପାରେ, କିନ୍ତୁ ସୋସିଆଲ ମିଡିଆରେ ସେମାନଙ୍କ ଇନିଂସକୁ ବହୁତ ପ୍ରଶଂସା କରାଯାଉଛି।
ଟିମ ଇଣ୍ଡିଆରେ ରୋହିତଙ୍କ ପାର୍ଟନର ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସୂର୍ଯ୍ୟକୁମାର ଯାଦବ ଟୁଇଟ୍‌ କରିଛନ୍ତି – ରୋହିତ ଶର୍ମାଙ୍କୁ ବହୁତ ସମ୍ମାନ। ଏଥି ସହିତ, ରିତିକା ରୋହିତଙ୍କ ପାଇଁ ଏକ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଥିଲେ – ମୁଁ ତୁମକୁ ଭଲ ପାଏ ଏବଂ ତୁମେ ଭଳି ବ୍ୟକ୍ତି ପାଇଁ ମୁଁ ଗର୍ବିତ। ଏଭଳି ପରିସ୍ଥିତିରେ ପଡ଼ିଆକୁ ଯାଇ ଏକ ଉଜ୍ଜ୍ୱଳ ଇନିଂସ ଖେଳିବା ନିହାତି ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri