Posted inଖେଳ

ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେ ଭାରତ ବନାମ ଅଷ୍ଟ୍ରେଲିଆର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଟିମ ଇଣ୍ଡିଆରେ ଯୋଗ ଦେବେ। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ୧୦ ଏବଂ ୧୧ ନଭେମ୍ବରରେ ତିନିଟି ପୃଥକ ଦଳରେ ଅଷ୍ଟ୍ରେଲିଆ ଯାଇଥିଲେ।
ରୋହିତ ପ୍ରଥମ ଟେଷ୍ଟ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପର୍ଥରେ ପହଞ୍ଚିଥାନ୍ତେ। କିନ୍ତୁ ବର୍ତ୍ତମାନ ସେ ବିସିସିଆଇ ଅଧିକାରୀଙ୍କୁ କହିଛନ୍ତି, ସେ ନଭେମ୍ବର ୨୪ ଭାରତୀୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ଯେ ରୋହିତ ପ୍ରଥମ ନୁହେଁ, ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଯାଉଛନ୍ତି।

ପର୍ଥ ଟେଷ୍ଟରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍‌ରା ଟିମ ଇଣ୍ଡିଆର ଅଧିନାୟକ ହେବେ। ବୁମରା କହିଥିଲେ, ମୁଁ ରୋହିତଙ୍କ ସହ ପୂର୍ବରୁ କଥା ହୋଇଥିଲି, କିନ୍ତୁ ଅଷ୍ଟ୍ରେଲିଆ ଆସିବା ପରେ ଏହା ସ୍ପଷ୍ଟ ହୋଇଗଲା, ମୁଁ ଅଧିନାୟକ ହେବାକୁ ଯାଉଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫିରେ ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବୁମରା କହିଥିଲେ , ଶାମି କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ବୁମରା ଆଶା ପ୍ରକଟ କରିଛନ୍ତି ଯେ, ଯଦି ସବୁ ଠିକ ହୁଏ ତେବେ ଶାମି ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ।

୨୦୨୩ ବିଶ୍ୱକପ ସମୟରେ ମହମ୍ମଦ ଶାମି ଆହତ ହୋଇଥିଲେ। ପ୍ରାୟ ଏକ ବର୍ଷ ପରେ ସେ ରଣଜୀ ଟ୍ରଫିର ବର୍ତ୍ତମାନର ସିଜନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ବେଙ୍ଗଲ ପାଇଁ ଖେଳୁଥିବା ବେଳେ ସେ ପ୍ରଥମ ମ୍ୟାଚରେ ୭ ଉଇକେଟ ନେଇଥିଲେ। କେବଳ ଏତିକି ନୁହେଁ, ବ୍ୟାଟିଂରେ ଯୋଗଦାନ କରି ଦୁଇଟି ଇନିଂସରେ ବଙ୍ଗଳାର ବିଜୟରେ ଶାମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ସେ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫିରେ ବେଙ୍ଗଲ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri