Posted inଖେଳ

ବୁମ୍‌ରାଙ୍କୁ ଉପଅଧିନାୟକ କରିବା ପଛର ରହସ୍ୟ ଖୋଲିଲେ ରୋହିତ ଶର୍ମା: ,ସବୁ ପଛରେ…

ବେଙ୍ଗାଲୁରୁ,୧୬।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହେଉଛ। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ, ଏହା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କିୱି ଦଳ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରିଛନ୍ତି। ବିରୋଧୀ ଦଳ ପରିବର୍ତ୍ତେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ତାଙ୍କର ଧ୍ୟାନ ରହିବ ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ଜସପ୍ରୀତ ବୁମ୍‌ରାଙ୍କୁ ଉପ-ଅଧିନାୟକ କରାଯିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ରୋହିତ ଶର୍ମା କହିଛନ୍ତି, ବିଭିନ୍ନ ଦଳ ଆମ ପାଇଁ ଭିନ୍ନ ଚ୍ୟାଲେଞ୍ଜ ଉପସ୍ଥାପନ କରନ୍ତି। ନ୍ୟୁଜିଲାଣ୍ଡ ଏକ ଭିନ୍ନ ଦଳ ଏବଂ ସେମାନେ ଆମ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ, କିନ୍ତୁ ଆମେ ସେମାନଙ୍କ ସହ ଅନେକ କ୍ରିକେଟ ଖେଳିଛୁ। ଆମେ ସେମାନଙ୍କ ଖେଳାଳି, ସେମାନଙ୍କର ଶକ୍ତି ଜାଣୁ। ଆମେ ଆମର ଦୁର୍ବଳତା ବିଷୟରେ ଅବଗତ ଅଛୁ। ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ଜସପ୍ରୀତ ବୁମ୍‌ରାଙ୍କୁ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ବୁମ୍‌ରାଙ୍କ ବିଷୟରେ ରୋହିତ ଶର୍ମା ଏକ ବିବୃତ୍ତି ଦେଇଛନ୍ତି, ତାଙ୍କୁ ଉପଅଧିନାୟକ କରିବା ହେଉଛି ପରିଚାଳନାର ଦୀର୍ଘମିଆଦୀ ନେତୃତ୍ୱ ଭୂମିକା ଯୋଜନା ମଧ୍ୟରୁ ଅନ୍ୟତମ। ବୁମରା ଯୁବକମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକ ସମୟରେ ବୁମରା ଭାରତୀୟ ଦଳର ଦାୟିତ୍ୱ ନେବା କ୍ଷମତା ରଖିଛନ୍ତି।

ନିକଟରେ ଟେଷ୍ଟ ସିରିଜରେ ଭାରତ ନିକଟରେ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri