Posted inଖେଳ

ଶତକରୁ ଅଳ୍ପକେ ବର୍ତ୍ତିଲେ ରୋହିତ ଶର୍ମା: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଲକ୍ଷ୍ନୌ,୨୦।୧୦: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୯ ରନ ସଂଗ୍ରହ କରିଛି। ଭାରତୀୟ ଦଳ ହେଉଛି ଏକମାତ୍ର ଦଳ ଯିଏକି ଏହି ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅଲଆଉଟ ହୋଇନାହିଁ। ରୋହିତ ଶର୍ମା ଭାରତ ପାଇଁ ଅଧିନାୟକ ଇନିଂସ ଖେଳି ୮୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୪୯ ରନର ଇନିଂସ ଖେଳିଥିଲେ। ଇଂଲଣ୍ଡ ପାଇଁ ଡେଭିଡ ୱିଲି ସର୍ବାଧିକ ୩ଟି ଉଇକେଟ ନେଇଥିଲେ।
ଏହାପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆର ଆରମ୍ଭ ବହୁତ ଖରାପ ଥିଲା। ୧୩ ବଲରେ ରନ ସ୍କୋର କରିବା ପରେ ଓପନର୍‌ ଶୁଭମନ ଗିଲ ଆଉଟ ହୋଇଥିଲେ। ବିରାଟ କୋହଲି କୌଣସି ରନ ସ୍କୋର ନ କରି ପାଭିଲିୟନକୁ ଫେରିଥିଲେ। ୧୬ଟି ବଲରେ ଶ୍ରେୟସ ଆୟର ୪ ରନ ସଂଗ୍ରହ କରିଥିଲେ। ଭାରତୀୟ ଦଳର ତିନି ଖେଳାଳି ୪୦ ରନ ସ୍କୋରରେ ପାଭିଲିୟନକୁ ଫେରିଥିଲେ। କିନ୍ତୁ ଏହା ପରେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଥିଲା। ଚତୁର୍ଥ ଉଇକେଟ ପାଇଁ ଉଭୟ ଖେଳାଳି ୯୧ ରନ ଯୋଡିଥିଲେ। ୫୮ବଲରେ ୩୯ ରନ ସ୍କୋର କରିବା ପରେ କେ.ଏଲ ରାହୁଲ ଆଉଟ ହୋଇଥିଲେ।
ଗୋଟିଏ ପଟେ ଭାରତର ଉଇକେଟ୍‌ ପଡି ଚାଲିଥିବାବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଦୃଢ ଭାବରେ ରହିଥିଲେ। ରୋହିତ ଶର୍ମା ଆଉଟ ହୋଇଥିଲେ ଟିମ ଇଣ୍ଡିଆର ସ୍କୋର ୧୮୨ ରନ ଥିଲା। ୧୩ ବଲରେ ୮ ରନ ସ୍କୋର କରିବା ପରେ ରବିନ୍ଦ୍ର ଜାଡେଜା ଆଉଟ୍‌ ହୋଇଥିଲେ।
ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ସବୁଠାରୁ ସଫଳ ବୋଲର ଥିଲେ। ଡେଭିଡ ୱିଲି ୩ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ବ୍ୟତୀତ କ୍ରିସ ୱୁକସ ଏବଂ ଆଦିଲ ରସିଦଙ୍କୁ ୨-୨ ସଫଳତା ମିଳିଥିଲା। ମାର୍କ ଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri