Posted inଖେଳ

IPLରେ ରୋହିତଙ୍କ ପାଇଁ କାଳ ଏହି ବୋଲର୍‌

ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଛି। ଏଥିମଧ୍ୟରୁ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସ୍ପିନର ସୁନୀଲ ନାରିନ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥାଏ। ନାରିନ୍‌ ଆଇପିଏଲ୍‌ରେ ରୋହିତଙ୍କୁ ୮ ଥର ଆଉଟ କରିଛନ୍ତି। ଯାହା କୌଣସି ବୋଲରଙ୍କ ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ଆଉଟ୍‌ କରିବାର ରେକର୍ଡ।

ରେକର୍ଡ ଦେଖିଲେ ନାରିନ୍‌ଙ୍କ ବିପକ୍ଷରେ ରୋହିତଙ୍କ ପ୍ରଦର୍ଶନ ବହୁତ ନିରାଶାଜନକ ରହିଛି। ୨୧ ଇନିଂସରେ ରୋହିତ ତାଙ୍କ ବିପକ୍ଷରେ ମାତ୍ର ୧୪୧ ରନ କରିଛନ୍ତି, ଯାହା ୧୩୪ ବଲରୁ ଆସିଛି। ଏଥିରେ ତାଙ୍କର ଷ୍ଟ୍ରାଇକ ରେଟ୍‌ ମାତ୍ର ୧୦୬.୭୧ ରହିଛି। ନାରିନ୍‌ ରୋହିତଙ୍କୁ ୮ ଥର ଆଉଟ କରିଛନ୍ତି । ତାଙ୍କୁ କେବଳ ୨ ଛକା ଏବଂ ୧୬ ଚୌକା ମାରିବାକୁ ଦେଇଛନ୍ତି। ଏହି ସଂଖ୍ୟା ଆଇପିଏଲରେ ଯେକୌଣସି ବୋଲର-ବ୍ୟାଟ୍ସମ୍ୟାନ ଯୋଡ଼ି ପାଇଁ ସର୍ବାଧିକ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ରୋହିତଙ୍କ ୫ଥର ଆଉଟ୍‌ ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ପଡ଼ିଆ ୱାଙ୍ଖେଡେ ଷ୍ଟାଡିୟମରେ ହୋଇଛି। ୱାଙ୍ଖଡେରେ ନାରିନ୍‌ଙ୍କ ବିପକ୍ଷରେ ରୋହିତଙ୍କ ହାରାହାରି ୧୦.୪୦ ରହିଛି। ସେହି ସମୟରେ ନାରିନ୍‌ କେକେଆର୍‌ର ଘରୋଇ ପଡ଼ିଆ ଇଡେନ ଗାର୍ଡେନ୍ସରେ ରୋହିତଙ୍କୁ କେବଳ ଥରେ ଆଉଟ କରିଛନ୍ତି।

ଯଦିଓ ରୋହିତ ଶର୍ମାଙ୍କୁ ସ୍ପିନରମାନଙ୍କ ବିପକ୍ଷରେ ଖେଳିବାରେ ବିଶେଷଜ୍ଞ ବୋଲି ବିବେଚନା କରାଯାଏ, ତଥାପି ଅନେକ ସ୍ପିନର ତାଙ୍କୁ ଆଇପିଏଲ୍‌ରେ ଅସୁବିଧାରେ ପକାଇଛନ୍ତି। ବରିଷ୍ଠ ଲେଗ-ସ୍ପିନର ଅମିତ ମିଶ୍ରା ୧୭ ଇନିଂସରେ ରୋହିତଙ୍କୁ ୭ ଥର ଆଉଟ କରିଥିବା ବେଳେ ରଶିଦ ଖାନ ୭ ଇନିଂସରେ ୪ ଥର ତାଙ୍କୁ ପାଭିଲିୟନ ପଠାଇଛନ୍ତି।

ନାରିନ୍‌ ଆଇପିଏଲରେ ୧୭୭ ମ୍ୟାଚ୍‌ ଖେଳି ୧୮୦ ଉଇକେଟ ନେଇଛନ୍ତି, ଯେଉଁଥିରେ ତାଙ୍କର ଇକୋନୋମି ମାତ୍ର ୬.୭୩ ରହିଛି। ସେ IPLରେ ସର୍ବାଧିକ ଚାରି ଉଇକେଟ (୮) ନେବାର ରେକର୍ଡ ମଧ୍ୟ ରଖିଛନ୍ତି। ଗତ ସିଜନରେ ସେ ୧୭ ଉଇକେଟ ନେଇଥିଲେ, ଯେଉଁଥିରେ ତାଙ୍କର ଇକୋନୋମି ୬.୬୯ ଥିଲା। ସେହିପରି ରୋହିତ ଆଇପିଏଲ୍‌ରେ ୨୫୭ ମ୍ୟାଚ୍‌ ଖେଳି ୬,୬୨୮ ରନ୍‌ କରିଛନ୍ତି, ଯେଉଁଥିରେ ୪୩ଟି ଅର୍ଦ୍ଧଶତକ ଏବଂ ୨ଟି ଶତକ ଅନ୍ତର୍ଭୁକ୍ତ। ୨୦୨୪ ସିଜିନରେ ସେ ୩୨.୦୮ ହାରରେ ଏବଂ ୧୫୦ ଷ୍ଟ୍ରାଇକ ରେଟ୍‌ ସହିତ ୪୧୭ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?