Posted inଖେଳ

୧୭ ହଜାର ରନ୍‌ ପୂର୍ଣ୍ଣ କଲେ ରୋହିତ

ଅହମ୍ମଦାବାଦ,୧୧ା୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ସଫଳତା ହାସଲ କରିଛନ୍ତି। ରୋହିତ ମ୍ୟାଚରେ ୨୧ ରନ୍‌ କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୧୭ ହଜାର ରନ୍‌ ପୂରଣ କରିଥିଲେ। ରୋହିତ ଏହା ହାସଲ କରିବା ପରେ ଭାରତର ସପ୍ତମ ତଥା ବିଶ୍ୱର ୨୮ତମ ଖେଳାଳି ହୋଇ ପାରିଛନ୍ତି। ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନର ପ୍ରଥମ ଅଧିବେଶନରେ ରୋହିତ ଶର୍ମା ୩୫ ରନ୍‌ କରି ପାଭିଲିୟନକୁ ଫେରିଥିଲେ।
ରୋହିତ ଶର୍ମା ବିରାଟ କୋହଲି, ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଏମ୍‌ଏସ୍‌ ଧୋନି ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ୧୭ ହଜାର ରନ୍‌ କ୍ଲବରେ ସ୍ଥାନ ହାସଲ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ରଖିଛନ୍ତି। ସେ ନିଜ କ୍ୟାରିୟରର ୬୬୪ ମ୍ୟାଚରେ ହାରାହାରି ୪୮.୫୨ହାରରେ ୩୪,୩୫୭ ରନ ସଂଗ୍ରହ କରିଥିଲେ। ସଚ୍ଚିନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ହଜାର ରନ୍‌ ଅତିକ୍ରମ କରିପାରି ନାହାନ୍ତି। ମାଷ୍ଟର ବ୍ଲାଷ୍ଟର ପରେ ତାଲିକାର ଦ୍ୱିତୀୟ ନମ୍ବର ହେଉଛି ଶ୍ରୀଲଙ୍କାର ଭେଟେରାନ କୁମାର ସାଙ୍ଗାକରା। ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଙ୍ଗାକରାଙ୍କ ନାମରେ ୨୮,୦୧୬ ରନ୍‌ ରହିଛି।
ରୋହିତ ଶର୍ମା ୪୯ ଟେଷ୍ଟ ମ୍ୟାଚ ଖେଳି ୪୬.୭୬ ରନ୍‌ ହାରରେ ୩୩୬୫ ରନ ସଂଗ୍ରହ କରିଛନ୍ତି। ହିଟ୍‌ମ୍ୟାନ ୯ ଶତକ ଏବଂ ୧୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୪୮.୯୧ ରନ୍‌ ହାରରେ ୨୪୧ ଦିନିକିଆରେ ୧୦,୮୮୨ ରନ୍‌ ସଂଗ୍ରହ କରିଛନ୍ତି। ଟି -୨୦ରେ ୧୪୮ ମ୍ୟାଚ ଖେଳି ୩୮୫୩ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri