ପାହାଡ଼ରୁ ଧସିଲା ପଥର: ଯାତାୟାତ ସ୍ବାଭାବିକ କରିବା ପାଇଁ ଜାରି ରହିଛି ପ୍ରୟାସ

ଗଜପତି,୨୯ା୧୦(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର ): ଗଜପତି ଜିଲାରେ ଏସ୍‌. କରାଡ଼ାସିଂ ପଞ୍ଚାୟତ ବୋଣ୍ଡା ଗାଁରେ ଭୂସ୍ଖଳନ ହୋଇଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡ଼ିଙ୍ଗି, ଉପର ସାଙ୍କୁରଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଗଜପତି ଜିଲା ଆର୍‌ ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ବଡ଼ ଗାଁ ପାହାଡ଼ରୁ ବିରାଟକାୟ ପଥର ପଡ଼ି ମଙ୍ଗଳବାର ମୁଖ୍ୟରାସ୍ତା ଅବରୋଧ ହୋଇ ରହିଥିଲା। ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ବୁଧବାର ମୋନ୍ଥାର ପ୍ରକୋପ ଶେଷ ହେବା ପରେ ଶୁଖିଲା ପାଗ ରହିଥିବା ବେଳେ ଗଜପତି ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ, ଆର୍‌. ଉଦୟଗିରି ବିଡିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀ, ରାମଗିରି ପୋଲିସ ଟିମ୍‌ ଉପସ୍ଥିତ ରହି ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ ଦ୍ୱାରା ମେଶିନ ସାହାଯ୍ୟରେ ରାସ୍ତାରେ ପଡ଼ି ରହିଥିବା ବିରାଟକାୟ ପଥରକୁ କଟାଯାଉଥିବା ଦେଖିବାକୁ ମିଳିଛି। ଅତିଶୀଘ୍ର ରାସ୍ତାରେ ପଡ଼ିରହିଥିବା ପଥରକୁ ହଟାଯାଇ ରାସ୍ତା ସ୍ବାଭାବିକ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Dharitri – The Largest & Most Trusted Odia Daily