ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଲରୁ ଏକ ଡକାୟତ ଗ୍ୟାଙ୍ଗ୍ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ୍ର ୫ ଜଣଙ୍କୁ ପୋଲିସ ଧରିବା ସହ ୩ଟି ଖରଣ୍ଡା ଜବତ କରିଛି। ପୋଲିସ ଗାଙ୍ଗପୁର ଥାନା ଗୋବରା ଅଞ୍ଚଳରୁ ଏହି ଚୋରଙ୍କୁ ଧରିଛି। ଡକାୟତି ପାଇଁ ଯାଉଥିବା ବେଳେ କାର୍ ସହ ପୋଲିସ ସେମାନଙ୍କୁ ମାଡ଼ିବସିଥିଲା। ସେମାନଙ୍କଠାରୁ ପୋଲିସ ୩ଟି ଖଣ୍ଡା ସହ କାର୍, ମୋବାଇଲ ଓ ଲଙ୍କା ଗୁଣ୍ଡ ଜବତ କରିଛି।



