ବନ୍ଧୁକ ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ବସ୍ତା,୯।୭(ଡି.ଏନ.ଏ): ବସ୍ତା ଷ୍ଟେସନ ନିକଟରେ ବନ୍ଧୁକରେ ଗୁଳି ଫୁଟାଇ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କଠାରୁ ଦୁଇ ଦୁବୃତ୍ତର୍ର୍ ୫୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବସ୍ତା ବଜାରରେ ଗହଣା ଦୋକାନ କରିଥିବା ସ୍ଥାନୀୟ ମୟୁରଭଞ୍ଜସ୍ଥିତ ଖୁଣ୍ଟା ନିବାସୀ କାଞ୍ଚନ ମଣି ରଣା ଓ ଦିଅର ଅଭୟ କୁମାର ରଣା ଦୋକାନ ବନ୍ଦ କରି ବାଇକରେ ଘରକୁ ଯାଉଥିବା ବେଳେ ବସ୍ତା ଷ୍ଟେଶନ ନିକଟ ରାସ୍ତାରେ ସେମାନଙ୍କ ଗୋଡ଼କୁ ଲକ୍ଷ୍ୟ କରି ଦୁଇ ଜଣ ଦୁବୃର୍ତ୍ତ ଗୁଳିି ଫୁଟାଇ ଥିଲେ। ଏହା ଫଳରେ ଘଟଣାସ୍ଥଳଟି ଧୂଳିରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହି ସମୟରେ ଦୁବୃର୍ତ୍ତମାନେ ସେମାନଙ୍କଠାରୁ ବ୍ୟାଗ ଓ ୨ଟି ମୋବାଇଲ ଝାମ୍ପି ନେଇଥିଲେ। ଦୁବୃର୍ତ୍ତ ଦ୍ବୟ ଏକ ପଲସର ବାଇକ ଯୋଗେ ସଙ୍ଗେ ସଙ୍ଗେ ଦ୍ରୁତ ଗତିରେ କୁଣ୍ଡପୁର ରାସ୍ତାରେ ଜାତୀୟ ରାଜପଥ ଅଭିମୁଖେ ପଳାଇଥିଲେ। ବ୍ୟାଗରେ ୫୦ ହଜାର ଟଙ୍କା ଥିଲା। ପୂର୍ବରୁ ମଧ୍ୟ ବସ୍ତା ବଜାରରେ ଆଉ ଏକ ଗହଣା ଦୋକାନରୁ ଲୁଟ ହୋଇଥିବାବେଳେ ଅଦ୍ୟାବଧି ଦୁବୃର୍ତ୍ତଙ୍କ ଟେର ମିଳି ନାହିଁ। ଏହାଛଡା ବ୍ୟାଙ୍କରୁ ଟଙ୍କା ଉଠାଇ ରାସ୍ତାରେ ଯାଉଥିବା ବାଇକରେ ଆସି ଦୁବୃର୍ତ୍ତମାନେ ଟଙ୍କା ଛଡାଇ ନେଉଥିବା ଘଟଣା ବାରମ୍ବାର ଘଟୁଥିବା ବେଳେ ଏହିଭଳି ଘଟଣା ଗୁଡିକରେ କାହାରିକୁ ଧରିବା ପାଇଁ ପୋଲିସ ସମର୍ଥ ହୋଇନାହିଁ। ପୋଲିସ ପାଟ୍ରୋଲିଂ ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri