ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟାଙ୍କାରୁ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ।

ମିଳିଥିବା ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧ରୁ ୨ଟା ମଧ୍ୟରେ ୩ଜଣ ଡକାୟତ ବ୍ୟାଙ୍କ ବାରିପଟ ଗେଟ ତାଲା କାଟି ଭିତରେ ପ୍ରବେଶ କରି ସିଡ଼ି ଦେଇ ବ୍ୟାଙ୍କ ଭିତରେ ପଶିଥିଲେ। ହେଲେ ବ୍ୟାଙ୍କର ସାଇରନ ବାଜିବା ପରେ ଡକାୟତମାନେ ଦୌଡି ଫେରାର ହୋଇଯାଇଥିଲେ ।

ପୋଲିସର ପ୍ରାଥମିକ ତଦନ୍ତରୁ କିଛି ଚୋରି ହୋଇ ନ ଥିବା ଜଣାପଡ଼ିଛି । ଚୋରମାନେ ବ୍ୟାଙ୍କରେ ପଶିବା ସମୟରେ ମୁହଁରେ ମୁଖା ପିନ୍ଧି ଥିବାରୁ ସେମାନଙ୍କ ମୁଁହ ସିସିଟିଭିରେ ଜଣା ପଡୁ ନ ଥିବା ପୋଲିସ ପକ୍ଷରୁ କହିଛି। ତଦନ୍ତ ପରେ ସବୁ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।