ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍ ଷ୍ଟେସନ୍ ନିକଟରେ ଘଟିଛି । ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଥିବା ବ୍ୟକ୍ତି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଟନା ଅନୁସାରେ, ଗୁରୁବାର ମଧ୍ୟରାତ୍ରିରେ ପୂର୍ତ୍ତ ବିଭାଗର କର୍ମଚାରୀ ବସନ୍ତ କୁମାର ମିଶ୍ର ଏକୁଟିଆ ଘରେ ଶୋଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ଘରେ ପସି ବନ୍ଧୁକ ଦେଖାଇବା ସହ ଘରେ ଥିବା ସୁନା ଅଳଙ୍କାର, ୱାସିଙ୍ଗ୍ ମେସିନ୍, ଫ୍ରିଜ୍, ମୋଟରସାଇକୋଲ ଓ ଗ୍ୟାସ୍ ସିଲିଣ୍ଡର ସମେତ ଅନେକ ଆସବାବପତ୍ର ଲୁଟି ନେଇଥିଲେ । ଲୁଟେରାମାନେ ଘର ଭିତରେ ବସନ୍ତ ମିଶ୍ରଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିବା ସହ ନିସ୍ତୁକ ମାଡ ମାରିଥିଲେ । ବସନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଆଜି ସକାଳୁ(ଶୁକ୍ରବାର) ଟାଉନ୍ ଥାନା ପୋଲିସକୁ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।