ଆନ୍ଧ୍ର ସିଆର୍‌ପିଏଫ୍‌ ଯବାନଙ୍କ ଓଡ଼ିଶାରେ ଡକାୟତି

ନନ୍ଦପୁର, ୪ା୭ (ଶଙ୍କର ପୂଜାରୀ): ନନ୍ଦପୁର ଅଞ୍ଚଳକୁ ବୁଲି ଆସିଥିବା ପର୍ଯ୍ୟଟକଙ୍କୁ ଲୁଟ୍‌ କରି ଖସି ପଳାଉଥିବା ୨ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ କୋରାପୁଟ ଜିଲା ପାଡୁଆ ପୋଲିସ ସଫଳ ହୋଇଛି। ଧରାପଡି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜକୁମାର ଜୈନି ଓ ସାଜିଦ ୱାଜିଦ ନୁରଉଦ୍ଦିନ। ରାଜକୁମାର ସିଆରପିଏଫ୍‌ରେ ଚାକିରି କରୁଥିବା ଜଣେ ଯବାନ ବୋଲି ଜଣାପଡିଛି। ସେମାନଙ୍କଠାରୁ ମୋଟ ୯ଟି ମୋବାଇଲ ସମେତ ୪୫୦୦ ଟଙ୍କା, ଗୋଟିଏ ସ୍କୁଟି, ସିଆରପିଏଫ ଯବାନ ବ୍ୟବହାର କରୁଥିବା ଗୋଟିଏ ଟୋପି, ଗୋଟିଏ ମାସ୍କ, ୨ଟି ଖେଳନା ୱାକିଟକି ଜବତ କରାଯାଇଛି। କେସ୍‌ ନଂ. ୯୧/୨୩ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।
ଖବରରୁ ଜଣାପଡିଛି, ନନ୍ଦପୁରର ପର୍ଯ୍ୟଟନସ୍ଥଳୀ ବୁଲିବାକୁ ବ୍ଲକ ଅଞ୍ଚଳକୁ ବିଶାଖାପାଟଣା ଅଞ୍ଚଳର ୫ଜଣ କଲେଜ ଛାତ୍ର ଏକ କାର ଯୋଗେ ଆନ୍ଧ୍ର ପ୍ରଦେଶର ଆର୍କୁ ଦେଇ ଆସୁଥିଲେ। ଆର୍କୁରେ କିଛି ସମୟ ଅଟକି ସେମାନେ ରୋଷେଇ ସାମଗ୍ରୀ କିଣାକିଣି କରି ପ୍ରଥମେ ବାଲଡା ନାଗେଶ୍ୱରୀ ଗୁମ୍ଫା ଓ ପାହାଡ ବୁଲିବାକୁ ଯୋଜନା କରି ସେଠାରୁ ବାହାରିଥିଲେ। ଏହି ସମୟରେ ଆର୍କୁ ଅଞ୍ଚଳର ଦୁଇଜଣ ବ୍ୟକ୍ତି ଏକ ସ୍କୁଟି (ଏପି୩୯ ଓଏନ ୨୧୩୬)ରେ ସେମାନଙ୍କୁ ପିଛା କରିଥିଲେ। ପାଡୁଆ ଥାନା ପାର ହେବା ପରେ ବାଲଡା ନାଗେଶ୍ୱରୀ ପାହାଡ ପୂର୍ବରୁ ଏକ ନିଛାଟିଆ ଜାଗାରେ କାର ଆଗକୁ ସ୍କୁଟି ଆଣି ସେମାନଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକ ଯୁବକମାନେ ସିଆରପିଏଫ୍‌ ଟୋପି ଓ ହାତରେ ୱାକିଟକି ଧରିଥିବା ଦେଖି ପୋଲିସ ଭାବି କାର ଅଟକାଇ ଥିଲେ। ସ୍କୁଟିରେ ଥିବା ଦୁଇଜଣ ନିଜକୁ ପୋଲିସ ପରିଚୟ ଦେଇ କାର ଯାଞ୍ଚ କରିବା ସହ ୫ ଯୁବକଙ୍କ ମୋବାଇଲ ଓ ପାଖରେ ଥିବା ୪୫୦୦ ଟଙ୍କା ନେଇଯାଇଥିଲେ। ତେବେ କାର ଯାଞ୍ଚ ସମୟରେ ଜଣେ ଯୁବକ ଏମାନଙ୍କୁ ସନ୍ଦେହ କରି ୧୧୨କୁ କଲ କରି ଘଟଣା ସମ୍ପର୍କରେ ଅବଗତ କରି ଦେଇଥିଲେ।
ଅନ୍ୟପକ୍ଷରେ ୧୧୨ରୁ ସୂଚନା ପାଇ ଜିଲା ଆରକ୍ଷୀ ଅଧୀକ୍ଷକ ଓ ନନ୍ଦପୁର ଏସଡିପିଓ ମହାପାତ୍ର ଏନେଇ ପାଡୁଆ ଥାନାକୁ ସୂଚନା ଦେଇଥିଲେ। ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀ, ଏସଆଇ ଦୀପକ ବାରିକ ଟିମ୍‌ ସହ ତ୍ୱରିତ ଘଟଣା ସ୍ଥଳରେ ପହଞ୍ଚତ୍ ସ୍କୁଟିରେ ଖସିଯିବାକୁ ଉଦ୍ୟମ କରୁଥିବା ଦୁଇ ଯୁବକଙ୍କୁ ଅଟକାଇଥିଲେ। ସେହି ସମୟରେ ସମ୍ପୃକ୍ତ ୨ ଯୁବକ ରାଜକୁମାର ଓ ସାଜିଦୱାଜିଦ ନିଜକୁ ଆର୍କୁୁ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେଠାରୁ ପୋଲିସ ସମସ୍ତଙ୍କୁ ଥାନାକୁ ଆଣିଥିଲା। ଲୁଟ୍‌ର ଶିକାର ହୋଇଥିବା ପର୍ଯ୍ୟଟକ ଛାତ୍ର ନାରାୟଣ ରାଓଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସେମାନଙ୍କୁ ଜେରା ସମୟରେ ସେମାନଙ୍କ ପରିଚୟ ଜାଣି ପାଡୁଆ ପୋଲିସ ଚକିତ ହୋଇଯାଇଥିଲା। ରାଜକୁମାରଙ୍କ ପରିଚୟପତ୍ରରୁ ସେ ଜଣେ ସିଆର୍‌ପିଏଫ ଯବାନ ବୋଲି ଜଣାପଡିଥିଲା। ସେ ଆନ୍ଧ୍ରର ରାଜମହେନ୍ଦ୍ରି ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟ କରନ୍ତି। ଛୁଟିରେ ନିଜ ଘର ଆର୍କୁକୁ ଆସିଥିଲେ। ଏହାର ତଦନ୍ତ ଦାୟିତ୍ୱ ଏସଆଇ ଦୀପକ ବାରିକଙ୍କୁ ପ୍ରଦାନ କରାଯାଇଛି। ଉଭୟଙ୍କ ଅନ୍ୟ କିଛି ଆପରାଧିକ କାର୍ଯ୍ୟକଳାପ ରହିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି। ଖବରଦାତା ସମ୍ମିଳନୀରେ ମହାପାତ୍ରଙ୍କ ସମେତ ପାଡୁଆ ଥାନାଧିକାରୀ ସବ୍ୟସାଚୀ ଶତପଥୀ, ନନ୍ଦପୁର ଥାନାଧିକାରୀ ପ୍ରଫୁଲ୍ଲ ଲାକ୍ରା ଓ ଏସଆଇ ଦୀପକ ବାରିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri