ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବେଲବାହାଳି ଗାଁରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଗାଁ ରେ ଥିବା ଜଗନ୍ନାଥ ମନ୍ଦିର ସହ ମନ୍ଦିର ପରିଷରରେ ଥାବା ମା” ବିମଳା , ମା” ଲକ୍ଷ୍ମୀ ଓ ରାମ ମନ୍ଦିର ଫାଟକ ତାଲାଭାଙ୍ଗି ସୁନା-ରୁପା ଅଳଙ୍କାର ସହ ଦାନବାକ୍ସ ଲୁଟିନେଇଛନ୍ତି।ରାତି ୪ଟା ସମୟରେ ସେବାୟତମାନେ ନିତିକାନ୍ତି କରିବକୁ ଆସିବାବେଳେ ଘଟଣା ସମ୍ପର୍କରେ ଜାଣିବାକୁପାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଚୋରୀ ସମ୍ପର୍କରେ ଗାଁ ଲୋକଙ୍କ ଠାରୁ ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ପୋଲିସର ପ୍ରାଥମିକ ତଦନ୍ତ ବେଳେ ଦାନ ବାକ୍ସ ଗୁଡିକ ମନ୍ଦିରଠାରୁ କିଛି ଦୂରରେ ଥିବା ଏକ କୁଟା ବଦାଡିରେ ପଡିଥିବା ଦେଖିବାକୁ ମିଳିଛି। ହେଲେ ସେଥିରେ ଟଙ୍କା ନ ଥିବା ଜଣା ପଡିଛି। ଦୁଇ ବର୍ଷ ପୂର୍ବେ ଏହି ମନ୍ଦିରରୁ ଥରେ ଚୋରି ହୋଇଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଚୋରକୁ ଧରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।