କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ ୭୨ ହଜାର ଟଙ୍କା ଚୋରି ହୋଇଥିବା ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଛି।

୩ରୁ ୪ ଜଣ ଯୁବକ କାର୍‌ରେ ଆସି ବସରୁ ଉକ୍ତ ରୁପା ଭର୍ତ୍ତି ବ୍ୟାଗ ଓ ଟଙ୍କା ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିବା ଆଖପାଖରେ ଲାଗିଥିବା ସିସିଟିଭି ଫୁୂଟେଜରୁ ଜଣାପଡିଛି। ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ‘ଖମ୍ବେଶ୍ବରୀ’ ବସ୍‌ଟି ଶୁକ୍ରବାର ସା ପ୍ରାୟ ୭ଟାରେ ଭେଜିପୁଟ ନିକଟରେ ଅଟକିଥିଲା। ପ୍ରାୟ ସମସ୍ତ ଯାତ୍ରୀ ଚା’ ଜଳଖିଆ ଖାଇବା ପାଇଁ ତଳକୁ ଓହ୍ଲାଇ ଯାଇଥିଲେ।

ଏହି ସମୟରେ ହଠାତ ୩ରୁ ୪ ଜଣ ଯୁବକ ବସ ଭିତରେ ପଶି କୋଲକାତାର ରୁପା ବ୍ୟବସାୟୀ ମିଥୁନ ମଣ୍ଡଳଙ୍କ ଦୁଇଟି ବ୍ୟାଗ ନେଇ ପଳାଇଥିଲେ। କିଛି ସମୟ ପରେ ଯାତ୍ରୀମାନେ ବସକୁ ଉଠିଥିଲେ। ବ୍ୟବସାୟୀ ଜଣକ ନିଜ ସିଟ ପାଖକୁ ଯିବାରେ ବ୍ୟାଗ ନ ଥିବା ଦେଖି ଚିତ୍କାର କରିଥିଲେ। ଖବରପାଇ ଖଲ୍ଲିକୋଟ ଥାନା ଏବଂ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ କାରକୁ ଧରିବା ପାଇଁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri