ଲୁଟ୍‌ ଉଦ୍ୟମ ବେଳେ ମହିଳାଙ୍କୁ ଛୁରି ଭୁସିଲେ ଦୁର୍ବୃତ୍ତ

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଡକାୟତମାନେ ଆତଙ୍କ ଜାହିର କରିଛନ୍ତି। ରାତିରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲଟ୍‌ପାଟ କରୁଛନ୍ତି। ଏପରିକି ଲୋକଙ୍କୁ ମାଡ ମାରିବା ସହ ମାରଣାସ୍ତ୍ରରେ ଆଘାତ ମଧ୍ୟ କରୁଛନ୍ତି। ପୋଲିସର ନିଷ୍କ୍ରିୟତା ଯୋଗୁ ଜିଲାର ସହରାଞ୍ଚଳ, ଗ୍ରାମାଞ୍ଚଳରେ ଡକାୟତି, ରାହାଜାନି ବୃଦ୍ଧି ପାଇବାରରେ ଲାଗିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗୁରୁବାର ରାତିରେ ପୁଣି ଏକ ଘଟଣା ସାମ୍‌ନାକୁ ଆସିଛି। ସହରର କଲେଡପଡାରେ ସୁଷମା ଆଚାର୍ଯ୍ୟାଙ୍କ ଘରେ କିଛି ଡକାୟତ ପଶି ଲୁଟ କରିବାକୁ ଉଦ୍ୟମ କରିଥିଲେ। ସୁଷମା ସେମାନଙ୍କୁ ପ୍ରତିରୋଧ କରି ଚିତ୍କାର କରିବାରୁ ଡକାୟତମାନେ ଲୁଟ କରି ନ ପାରି ତାଙ୍କ ପେଟରେ ଛୁରି ଭୁସି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଆହତ ସୁଷମାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଶୁକ୍ରବାର ସକାଳେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଡକାୟତମାନେ ଘଟଣା ସ୍ଥଳରେ ଛାଡିଦେଇଥିବା ଗୋଟିଏ ପିସ୍ତଲ ପୋଲିସ ଜବତ କରିଛି। ସୁଷମାଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୩୧୬/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଏପରିକି ଗତ କରୋନା ସମୟରେ ଡକାୟତମାନେ ସୁଷମାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ। ଅଦ୍ୟାବଧି ୨ ବର୍ଷ ପରେ ମଧ୍ୟ ଡକାୟତମାନେ ଧରାପଡିନାହାନ୍ତି। ସୂଚନା ଅନୁଯାୟୀ, ଗତ ଅଗଷ୍ଟରେ ଜିଲାର କୋକସରା ଥାନା ଓଲମା ଗ୍ରାମର ଧନଞ୍ଜୟ ସାହୁ ଘରେ ପଶି ବନ୍ଧୁକ ଦେଖାଇ ଡକାୟତମାନେ ୨୫ ତୋଳା ସୁନା ଗହଣା ଲୁଟି ନେଇଥିଲେ। ସେହିପରି କଲମପୁର ଥାନା ଅନ୍ତର୍ଗତ ଦୁଲକିବନ୍ଦ ଗ୍ରାମର ରାଜେଶ ସରାଫଙ୍କ ଘରୁ ମଧ୍ୟ ଡକାୟତମାନେ ବନ୍ଧୁକ ଦେଖାଇ ୭ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟିନେଇଥିଲେ। ଧର୍ମଗଡ ସହରଠାରେ ଥିବା ଦୌରା ଜଜ୍‌ ବିଶ୍ୱଜିତ ଦାସଙ୍କ ଘରେ ମଧ୍ୟ ଡକାୟତମାନେ ପଶି ଲୁଟ କରି ଭଙ୍ଗାରୁଜା କରିଥିଲେ। ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ଶଗଡା ଗ୍ରାମରେ ମଧ୍ୟ ଗୋଟିଏ ଦିନରେ ଡକାୟତମାନେ ପଞ୍ଚାୟତ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ମିଶନ ଶକ୍ତି ଭବନ ସମେତ ଗାଁରେ ଥିବା ୩ଟି ଦୋକାନରେ ଚୋରି କରିଥିଲେ। ଭବାନୀପାଟଣା ସହରରେ ଥିବା କଳାହାଣ୍ଡି ରାଜବାଟୀକୁ ଅଣଓଡିଆ ୧୦ରୁ ୧୨ଜଣ ଡକାୟତ ବାଡ ଦେଇଁ ପଶିଥିଲେ। ସୁରକ୍ଷା କର୍ମୀ ମୁତୟନ ଥିବାରୁ ଭୟଭୀତ ହୋଇ ଡକାୟତମାନେ ସେଠାରୁ ଫେରାର ହୋଇଯାଇଥିବାବେଳେ ଜଣେ ଡକାୟତ ଧରାପଡିଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri