ସୁନ୍ଦରଗଡ଼,୧୭।୪: ସୁନ୍ଦରଗଡ଼ ଜିଲା ତେଲସରା ଥାନା ବଘିଆବେର୍ଣ୍ଣି ଗାଁ ନିକଟରେ ଗୁରୁବାର ଏକ ବଡ଼ ଧରଣର ଲୁଟ ହୋଇଛି। ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଛେଳି ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ତଲସରା ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀମାନେ ଛେଳି ଧରି ଆସୁଥିଲେ। ହେଲେ ବଘିଆବେର୍ଣ୍ଣି ଗାଁ ନିକଟରେ ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ। ପରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ବ୍ୟବସାୟୀମାନେ ଭୟଭିତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବ୍ୟବସାୟୀଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


