‘୫ ମାସରେ ଘାଟିର ସମ୍ପ୍ରସାରଣ ହେବ’

ବାଙ୍ଗିରିପୋଷି,୯।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏନେଇ ପଥଚାରୀ ମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ଏବଂ ଆନ୍ଦୋଳନ କରୁଥିଲେ ମଧ୍ୟ ଅବସ୍ଥା ସୁଧୁରୁ ନାହିଁ। ଏହି ପରିପ୍ରେକ୍ଷୀରେ ଶନିବାର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାଙ୍ଗିରିପୋଷି ଗସ୍ତରେ ଆସି ଘାଟି ରାସ୍ତା ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଥମେ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟ ଠାରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ସହ ମୟୂରଭଞ୍ଜ ଜିଲାପାଳ ବିିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଶିକେଷ ଧ୍ୟାନଦେଓ, ଜାତୀୟ ରାଜପଥ ବିଭାଗର ଆଞ୍ଚଳିକ ଅଧିକାରୀ ଡା. ରାମଚନ୍ଦ୍ର ପଣ୍ଡା, ଏନ୍‌ଏଚଆଇ ପିଡି (ବାଲେଶ୍ୱର) ଜେପି ବର୍ମା, ଶିମିଳିପାଳ ଉପ-ନିର୍ଦ୍ଦେଶକ(ଉତ୍ତର) ସାଇକିରଣ ଡିଏନ, ରାଇରଙ୍ଗପୁର ଉପଖଣ୍ଡ ବନାଞ୍ଚଳ ଅଧିକାରୀ ନଳିନୀକାନ୍ତ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ, ତହସିଲଦାର ସତ୍ୟବାନ ନାୟକ, ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା ପ୍ରମୁଖ ଘାଟି ରାସ୍ତା ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ୫ ମାସ ମଧ୍ୟରେ ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ ପ୍ରତିଶ୍ରୁତି ଦେଇଛନ୍ତି।