ବର୍ଷା ହେଲେ ବିଦ୍ୟାଳୟ ଯିବା ରାସ୍ତା କର୍ଦ୍ଦମାକ୍ତ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୪ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ନୂଆପଡ଼ା ପାଖ ବ୍ରିଜଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଖାପାଖି ୨ଶହରୁ ୩ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇରହିଥିବା ବେଳେ ଏବେ ଲଘୁଚାପଜନିତ ବର୍ଷା ଯୋଗୁ କାଦୁଅରେ ବେହାଲ ହୋଇପଡ଼ିଛି। ଫଳରେ ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରୀଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅଞ୍ଚଳବାସୀ ନାନା ହଇରାଣ ହରକତ ହେବା ସହ କାଦୁଅରେ ପଡ଼ି ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଗ୍ରାମବାସୀଙ୍କ ସମେତ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ଥୁଆମୂଳ ରାମପୁର ସଦର ଦେଇ ଟିକ୍ରା ଗୁଡ଼ା, ପିଣ୍ଡା ପଦର, ମେଲକୁନ୍ଦେଲ, ବଡ଼ବଣ୍ଡେଲକୁ ଗତ କିଛି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି ହେଲେ ମାତ୍ର ୨ଶହ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ ନ କରି ଛାଡ଼ି ଦିଆଯାଇଛି। ଫଳରେ ବର୍ଷାଦିନ ଆସିଲେ ସେହି ରାସ୍ତାରେ ଏହି ଗ୍ରାମ ସମେତ ନୂଆପଡ଼ା, ପୋଇଗୁଡ଼ା, ଦେରଗୁଡ଼ା, ଜାମଗୁଡ଼ା, ଘୁଟିଗୁଡ଼ା, ବାଇଗଣ ଗୁଡ଼ା ଭଳି ଅନେକ ଗ୍ରାମର ଯିବା ଆସିବା ଗାଡ଼ିମୋଟର ଯାତାୟାତରେ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ଯିବା ମୁସ୍କିଲ ହୋଇପଡୁଥିବା ଅଞ୍ଚଳବାସୀ କହିଛନ୍ତି। ଏବେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସେ ଅଳ୍ପ ଶୋଚନୀୟ ରାସ୍ତାରେ କଷ୍ଟ ହେଉଛି। ଉକ୍ତ ରାସ୍ତାରେ ପାଖାପାଖି ୭ରୁ ୧୦ ଟି ଗ୍ରାମ ତଥା ପଡ଼ାର ଜନସାଧାରଣ ନିର୍ଭର କରୁଥିବା ବେଳେ ସେମାନେ ମଧ୍ୟ ବ୍ଲକ ତଥା ପଞ୍ଚାୟତକୁ ଯିବା ପାଇଁ ସମାନ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରାଗଲେ ଅଞ୍ଚଳବାସୀଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଏନେଇ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ପଚାରିବାରୁ ଯେଉଁଠି ରାସ୍ତା ନିର୍ମାଣ ନହୋଇ ଏମିତି ଶୋଚନୀୟ ଅବସ୍ଥାରେ ରହିଛି ତାହା ସରକାରୀ ଜାଗା ନୁହଁ ତାହା ଏକ ବେସରକାରୀ ଜାଗା ଏଣୁ ସେଠାରେ ରାସ୍ତା ନିର୍ମାଣ କରିବା ସମ୍ଭବ ହୋଇ ପାରୁନାହିଁ, ଆମ ପାଖରେ ପାଣ୍ଠି ଅଛି କିନ୍ତୁ କିଛି କରିପାରୁନାହୁଁ। ଏନେଇ ଆମ ଜିଲାପାଳଙ୍କୁ ମଧ୍ୟ ଜଣାଇଛୁ ହେଲେ ଜମି ବିବାଦ ପାଇଁ ଆମେ କିଛି କରିପାରୁ ନାହୁଁ, ପୂର୍ବରୁ ତହସିଲଦାର ଏବଂ ସେ ଜମି ମାଲିକଙ୍କ ସହ ଆଲୋଚନା ମଧ୍ୟ ହୋଇଛି ହେଲେ ସେ ଜାଗା ଛାଡ଼ିବାକୁ ନାରାଜ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri