ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲା ସ୍ବେଚ୍ଛାସେବୀ ସଂଗଠନ

ଚୌଦ୍ୱାର,୧୬।୭(ଡ଼ି.ଏନ୍‌.ଏ): ଚୌଦ୍ୱାର ପୌରପାଳିକାର ୧୧ନମ୍ବର ୱାର୍ଡ ରାଧାମୋହନ ମନ୍ଦିର ସମ୍ମୁଖ ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଖାଲଖମା ହୋଇ ପଡିରହିଥିଲା। ଉକ୍ତ ରାସ୍ତା ଦେଇ ଲୋକଙ୍କୁ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ପ୍ରଶାସନଙ୍କୁ ଏନେଇ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଉକ୍ତ କଲୋନୀର ଅଗ୍ରଣୀ ଯୁବ ଅନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପ୍‌ମେଣ୍ଟର କର୍ମକର୍ତ୍ତାମାନେ ଗୁରୁବାର ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି। ଏହି କାର୍ଯ୍ୟରେ ଅଶ୍ୱିନୀ କୁମାର ଜେନା, ଭାସ୍କର ରାଉତରାୟ, ଭୀମସେନ ବିଶ୍ୱାଳ, ବାବାଜୀ ପଣ୍ଡା, ବିମ୍ବାଧର ପଟ୍ଟନାୟକ, ସୁଶାନ୍ତ ପୃଷ୍ଟିଙ୍କ ସମେତ ସଂଗଠନର ସଦସ୍ୟମାନେ ସହଯୋଗ କରିଥିଲେ। ତେବେ ସଂଗଠନର ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀଙ୍କ ଶହୀଦ ଦିବସରେ କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୩୧।୧-ମହାତ୍ମା ଗାନ୍ଧୀଙ୍କ ୭୨ତମ ଶହୀଦ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ସିନେମାଛକସ୍ଥିତ ଶହୀଦ ପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ...

ଅନ୍‌ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...

ଜଳ ସମ୍ପଦ, ପିଆର ବିଭାଗରେ ପାଣ୍ଠିର ଅଭାବ:୯ଟି ରାସ୍ତା ଆରଡି ବିଭାଗକୁ ହସ୍ତାନ୍ତର ପ୍ରସ୍ତାବ

ଯାଜପୁର ଅଫିସ,୧୩ା୧: ଜଳ ସମ୍ପଦ ଓ ପଞ୍ଚାୟତିରାଜ(ପିଆର) ବିଭାଗରେ ପାଣ୍ଠିର ଅଭାବ ତଥା ସୀମିତ ଅନୁଦାନ ଯୋଗୁ ସମ୍ପୃକ୍ତ ରାସ୍ତାଗୁଡିକର ଆବଶ୍ୟକ ଉନ୍ନତି ସହ ରକ୍ଷଣାବେକ୍ଷଣ...

ଓଭରବ୍ରିଜ୍‌ କଡ଼ ପାଲଟିଛି ଆବର୍ଜନା ସ୍ଥଳ

କୋରେଇ,୨|୮(ସ୍ବ.ପ୍ର.)- ପାଣିକୋଇଲି ଓଭର ବ୍ରିଜ୍‌ ପାର୍ଶ୍ୱ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଏଠାରେ ରହିଥିବା ବିଭିନ୍ନ ବ୍ୟବସାୟୀମାନେ ପ୍ରତ୍ୟହ ଆବର୍ଜନାକୁ ପୋଡିବା ପରିବର୍ତ୍ତେ ଓଭରବ୍ରିଜ କଡ଼ରେ...

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

ଭବାନୀପାଟଣା,୧୩।୨(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ୍‌ ୧ ନଂ. ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବୁଧବାର ଭେଟି ବିଭିନ୍ନ ଦାବି ସମ୍ପର୍କରେ...

ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ବିବାଦ

ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।...

ଶ୍ରମିକ ବଦଳରେ ମେଶିନ କରୁଛି କାମ

ଆଳି,୬ା୬(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ସରକାର ଘୋଷଣା...

୧୦ହଜାର ପ୍ରବାସୀଙ୍କ ପାଇଁ ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଚଣ୍ଡିଖୋଲ, ୧୦।୫ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଓଡ଼ିଆ ଶ୍ରମିକମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବଡ଼ଚଣା ନିର୍ବାଚନ...

Advertisement
Archives

Model This Week