Posted inଫୁରସତ

ଏମିତି ରାସ୍ତା, ନିର୍ମାଣ ସମୟରେ ଯାଇଥିଲା ୧୦ ଲକ୍ଷ ଲୋକଙ୍କ ଜୀବନ

ସମଗ୍ର ବିଶ୍ୱରେ ଅନେକ ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତା କୌଣସି ନା କୌଣସି କାରଣ ପାଇଁ ସ୍ବତନ୍ତ୍ର। କେଉଁ ରାସ୍ତା ସବୁଠୁ ଲମ୍ବା ପାଇଁ ଜଣାଶୁଣା ତ ଆଉ କେଉଁଟା ଛୋଟ ପାଇଁ। ସାଧାରଣତଃ ରାସ୍ତା ନିର୍ମାଣ ସମୟରେ ଗୋଡ଼ି, ବାଲି, ପଥର ବ୍ୟବହାର କରାଯାଇଥାଏ। ମାତ୍ର ଏମିତି ଏକ ରାସ୍ତା ଅଛି, ଯାହା ତିଆରି ହେବାରେ ମଣିଷଙ୍କ ହାଡ଼ ବ୍ୟବହାର କରାଯାଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି କାରଣ ପାଇଁ ରାସ୍ତାର ନାମ ‘ରୋଡ୍‌ ଅଫ୍‌ ବୋନ୍‌ସ’। ହାଡ଼ର ସଡ଼କ ଭାବରେ ଜଣାଶୁଣା।

ଏହା ଏକ ଜାତୀୟ ରାଜପଥ ଅଟେ। ରୁଷିଆଠାରୁ ପୂର୍ବ ଅଞ୍ଚଳରେ ଏହା ରହିଛି। ଏହାର ଅସଲ ନାମ ହେଲା କୋଲୟମା ହାଇଓ୍ବେ। ଏହାର ଲମ୍ବ ୨,୦୨୫ କିଲୋମିଟର। ଏହି ଜାତୀୟ ରାଜପଥରୁ ମଣିଷଙ୍କ ହାଡ଼ ଏବଂ କଙ୍କାଳ ମିଳୁଛି।

ଥଣ୍ଡା ଦିନରେ ଏହି ଅଞ୍ଚଳରେ ପ୍ରବଳ ବରଫ ପଡ଼େ। ଫଳରେ ବରଫରେ ରାସ୍ତା ଦେଖାଯାଏ ନାହିଁ। ତେଣୁ ଗାଡ଼ି ରାସ୍ତାରେ ଯିବା ସମୟରେ ଯେମିତି ନ ଖସିବ ସେଥିପାଇଁ ବାଲି ସହିତ ମଣିଷର ହାଡ଼ ବ୍ୟବହାର କରାଯାଇଛି।

ଏହି ଜାତୀୟ ରାଜପଥ ସୋଭିଏତ୍‌ ସଂଘର ବାଦ୍‌ଶାହା କୁହାଯାଉଥିବା ଜୋସେକ ଷ୍ଟାଲିନଙ୍କ ସମୟରେ ନିର୍ମାଣ କରାଯାଇଥିଲା। କୁହାଯାଏ, ଏହି ରାସ୍ତା ନିର୍ମାଣ ସମୟରେ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ବିଶେଷକରି କଏଦୀ ଏବଂ ଶ୍ରମିକମାନଙ୍କ ଜୀବନ ବରଫାବୃତ୍ତ ରାସ୍ତାରେ ଯାଇଛି। ମୃତ୍ୟୁ ପରେ ଏହି ରାଜପଥରେ ହିଁ ସେମାନଙ୍କୁ ପୋତି ଦିଆଯାଉଥିଲା। ଫଳସ୍ବରୂପ ବର୍ତ୍ତମାନ ସେଠାରୁ ମଣିଷଙ୍କ କଙ୍କାଳ ଏବଂ ହାଡ଼ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri