ରାସ୍ତା, ନେଟୱର୍କ ସମସ୍ୟା ପର୍ଯ୍ୟଟକଙ୍କୁ କରୁଛି ନିରାଶ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ପ୍ରାକୃତିକ ଶୋଭାର ଗନ୍ତାଘର କଳାହାଣ୍ଡି। ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ, ଜଳ ପ୍ରପାତ ରହିଛି। ସେଥିମଧ୍ୟରୁ ରାବଣଧର ଜଳପ୍ରପାତ ଅନ୍ୟତମ। ଭବାନୀପାଟଣା ମୁଖ୍ୟାଳୟରୁ ୧୧ କି.ମି. ଦୂର ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତରେ ରହିଛି ରାବଣଦର ଜଳପ୍ରପାତ। ବର୍ଷା ଋତୁକୁ ଛାଡି ବର୍ଷତମାମ ଏଠାରେ ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି ନଭେମ୍ବରଠାରୁ ଜାନୁୟାରୀ ଶେଷ ଯାଏଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ।

ଜଳ ପ୍ରପାତରେ ପ୍ରାୟ ୨୦ରୁ ୨୫ ଫୁଟ୍‌ ଉଚ୍ଚ ପାହାଡରୁ ତଳକୁ ପାଣି ପଡିଥାଏ। ସେହିପରି ଜଳ ପ୍ରପାତ ମଧ୍ୟରେ ଭଗବାନ ଶିବଙ୍କ ଏକ ପୂର୍ତ୍ତିମୂତ୍ତି ମଧ୍ୟ ନିର୍ମାଣ କରାଯାଇଛି। ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ପୂର୍ବରୁ ଏହି ଜଳ ପ୍ରପାତର ଉନ୍ନତକରଣ କାର୍ଯ୍ୟ କରାଯାଇ ନ ଥିବାରୁ ଏହା ପ୍ରାୟ ଲୋକ ଲୋଚନକୁ ଆସି ନ ଥିଲା। ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ପକ୍ଷରୁ ଏହି ଜଳପ୍ରପାତର ଉନ୍ନତିକରଣ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଏଥିରେ ଜଳ ପ୍ରପାତ ସାମ୍ନାରେ ଓ ରାସ୍ତାରେ ଗାର୍ଡୱାଲ ନିର୍ମାଣ, ଚାଲିବା ପାଇଁ ପାହାଚ, ଶିବ ମନ୍ଦିରକୁ ଯିବା ପାଇଁ ପାହାଚ ନିର୍ମାଣ, ବସିବା ପାଇଁ ପେଣ୍ଡାଲ ଓ ଶୌଚାଳୟ ଆଦି ନିର୍ମାଣ କରାଯାଇଛି। ଫଳରେ ପୂର୍ବପେକ୍ଷା ଏଠାରେ ବର୍ତ୍ତମାନ ପର୍ଯ୍ୟଟକ ଆସିବା ପାଇଁ ଆକୃଷ୍ଟ ହେଉଛନ୍ତି। ଅନ୍ୟପକ୍ଷରେ ଭଟାଙ୍ଗପଦର ଗ୍ରାମରୁ ଜଳପ୍ରପାତକୁ ଯାଉଥିବା ୫ କି.ମି. ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପର୍ଯ୍ୟଟକ ଯାତାୟାତ କଳାବେଳେ ନାହଁି ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସେହିପରି ଜଳପ୍ରପାତ ଅଞ୍ଚଳରେ କୌଣସି ମୋବାଇଲ ନେଟୱର୍କ ଆସୁ ନ ଥିବାରୁ ପର୍ଯ୍ୟଟକଙ୍କୁ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥାଏ। ରାସ୍ତା ଓ ନେଟୱର୍କ ସମସ୍ୟା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ କିଛିଟା ନିରାଶ ଦେଖିବାକୁ ମିଳିଥାଏ। ଜଳ ପ୍ରପାତ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନରେ ରହିଥିବା ବେଳେ ଜଳପ୍ରପାତକୁ ଯିବା ପାଇଁ ପ୍ରତ୍ୟହ ପର୍ଯ୍ୟଟକଙ୍କୁ ୨୦ଟଙ୍କା ଟିକେଟ ନିଆଯାଇଥାଏ। ତେବେ ରାସ୍ତା ଓ ନେଟୱର୍କ ସୁବିଧା କରାଗଲେ ଆହୁରି ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri