ନିଯୁକ୍ତି ନ ଦେଲେ ରାସ୍ତା ବନ୍ଦ

ରାଉରକେଲା ଅଫିସ,୧୩।୧୨: ନିଜର ହକ୍‌ ପାଇଁ ୩୨ ମୌଜା ବିସ୍ଥାପିତ ସଂଘ ଉଦିତନଗର ସ୍ଥିତ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୮ ଦିନ ଧରି ଧାରଣା ଦେବା ପରେ ସୋମବାର ସନ୍ଧ୍ୟାରେ ଆରଏମ୍‌ସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆର୍‌ଏମ୍‌ସି କମିଶନର ତଥା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ସଂଘର କର୍ମକର୍ତ୍ତା ପୁନଃ ଧାରଣାସ୍ଥଳକୁ ଫେରିଥିଲେ। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯଦି ଆମର କୌଣସି କଥା ନ ଶୁଣନ୍ତି ତେବେ ରେ ଆସନ୍ତା ୧୪ ତାରିଖରେ ଆର୍‌ଏସ୍‌ପିର କଞ୍ଚାମାଲ୍‌ ଯାଉଥିବା ରାସ୍ତା ତଥା ଦେଓଗାଁ ସ୍ଥିତ ଆର୍‌ଏସ୍‌ପି ମୁଖ୍ୟ ଫାଟକ ସମ୍ମୁଖକୁ ଅବରୋଧ କରାଯିବ ବୋଲି ସଂଘ ପକ୍ଷରୁ ଏସ୍‌ପି ଓ ଆର୍‌ଏସ୍‌ପି ସିଇଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିବା ସାଧାରଣ ସମ୍ପାଦକ ମହେଶ୍ୱର ଟପ୍ପୋ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଆଧୁନିକୀକରଣ ସମୟରେ ୩୨ ମୌଜା ଅଧିବାସୀଙ୍କର ୧୯ ହଜାର ୭ଶହ ୫୨ ଏକର ଜମି ଯାଇଥବଲା। ସେହିପରି ୧୯୯୭ରେ ମନ୍ଦିରା ଡ୍ୟାମ୍‌ ନିର୍ମାଣ ସମୟରେ କାରଖାନା କର୍ତ୍ତୃପକ୍ଷ ୩୨ ମୌଜା ଅଞ୍ଚଳବାସୀଙ୍କର ୧୧ ହଜାର ଏକର ଜମି ନେଇଥିଲେ। ସେହି ସମୟରୁ ଉକ୍ତ ମୌଜାରେ ବସବାସ କରୁଥିବା କିଛି ବିସ୍ଥାପିତଙ୍କୁ ଆରଏସ୍‌ପିରେ ଚାକିରି ମିଳିଥିବାବେଳେ ଅନ୍ୟ କିଛି ବିସ୍ଥାପିତ ନିଯୁକ୍ତିରୁ ବଞ୍ଚତ୍ତ ହୋଇଥିଲେ। ଏହାକୁ ନେଇ ୩୨ ମୌଜା ମନ୍ଦିରା ଡ୍ୟାମ୍‌ ଅଞ୍ଚଳରେ ବାସ କରୁଥିବା ବିସ୍ଥାପିତମାନେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ୧୧ଶହ ବିସ୍ଥାପିତ ଦକ୍ଷତାପୂର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ସୁନ୍ଦରଗଡ ଜିଲାପାଳଙ୍କୁ ନୋଟିସ ଜାରି କରିଥିଲେ। ଏହି କ୍ରମରେ ୩୨ ମୌଜାର ୧୧ଶହ ପିଲାଙ୍କର ଚାକିରି ନିମନ୍ତେ କାଗଜପତ୍ର ଯାଞ୍ଚ କାମ ଗତ ଜୁଲାଇ ୭ ତାରିଖରେ ଶେଷ ହୋଇଥିଲା। ତେବେ ନିଯୁକ୍ତ ପାଇଁ ଆଜିଯାଏ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାରୁ ସଂଘର କର୍ମକତ୍ତାମାନେ ଗତ ୫ରୁ ଧାରଣାରେ ବସିଛନ୍ତି। କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସାଜନ ଅନସାରୀ, ସାଧାରଣ ସମ୍ପାଦକ ମହେଶ୍ୱର ଟପ୍ପୋ, ସମ୍ପାଦକ ଦିଲୀପ ସିଂ, ସହ ସମ୍ପାଦକ ବାବୁଲା ଷଣ୍ଢ, ବିଜୟ ବିସି, ମୁରଲିଧର ଦେହୁରୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri