ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ ଠାକୁରାଣୀଙ୍କ ମନ୍ଦିର ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ସକାଶେ ସୋମବାର ଦିନ ଓଡ଼ିଶାର ସରକାରଙ୍କ ମୁଖ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ,ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତୀ ଗୋକୁଳାନନ୍ଦ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂଜା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ମନ୍ତ୍ରୀ ବୁଗୁଡ଼ା ସିନେମା ହଲ ଛକରେ ବୁଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାଠାରୁ ଗୋଳାବନ୍ଧ, ସଙ୍କୁରୁ ଦେଇ ଭୋଗଡା ପର୍ଯ୍ୟନ୍ତ ପ୍ରାୟ ୧୨ କୋଟି ଟଙ୍କା ବିନିଯୋଗରେ ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସେହିପରି ମନ୍ତ୍ରୀ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଠାକୁରାଣୀ ମନ୍ଦିର ଠାରେ ଗୋଳାବନ୍ଧ ଠାରୁ ଠଣାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ନେଇ ୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଡିଓ ସଞ୍ଜୀବ ପାତ୍ର, ନଗର ଭାଜପା ସଭାପତି କେଦାରନାଥ ମହାରଣା, ଠିକାଦାର ନୀଳମାଧବ ସାହୁ, ରବୀନ୍ଦ୍ର ନାଥ ପଣ୍ଡା, ସୁବ୍ରତ ପାତ୍ରଙ୍କ ସମେତ ସୁଶାନ୍ତ କୁମାର ଡାକୁଆ, ଡି ଶେଷଦେବ ପାତ୍ର, ବିଚିତ୍ର କୁମାର ପାଣିଗ୍ରାହୀ, ଗଙ୍ଗାଧର ବିଷୋୟୀ, ସନ୍ତୋଷ କୁମାର ବିଶ୍ବାଳ, ୟୁ ଯଜ୍ଞ ନାରାୟଣ ପାତ୍ର, ବସନ୍ତ କୁମାର ଦଳେଇ, ଭାଜପା କର୍ମକର୍ତ୍ତାଗଣ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily