ରାସ୍ତା ଉନ୍ନତିକରଣ:  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତୀ ଗୋକୁଳାନନ୍ଦ

ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ ଠାକୁରାଣୀଙ୍କ ମନ୍ଦିର ଠାରେ ଦୁଇଟି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ସକାଶେ ସୋମବାର ଦିନ ଓଡ଼ିଶାର ସରକାରଙ୍କ ମୁଖ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ,ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତୀ ଗୋକୁଳାନନ୍ଦ ମଲ୍ଲିକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂଜା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ମନ୍ତ୍ରୀ ବୁଗୁଡ଼ା ସିନେମା ହଲ ଛକରେ ବୁଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାଠାରୁ ଗୋଳାବନ୍ଧ, ସଙ୍କୁରୁ ଦେଇ ଭୋଗଡା ପର୍ଯ୍ୟନ୍ତ ପ୍ରାୟ ୧୨ କୋଟି ଟଙ୍କା ବିନିଯୋଗରେ ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସେହିପରି ମନ୍ତ୍ରୀ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଠାକୁରାଣୀ ମନ୍ଦିର ଠାରେ ଗୋଳାବନ୍ଧ ଠାରୁ ଠଣାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ନେଇ ୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ସଞ୍ଜୀବ ପାତ୍ର, ନଗର ଭାଜପା ସଭାପତି କେଦାରନାଥ ମହାରଣା, ଠିକାଦାର ନୀଳମାଧବ ସାହୁ, ରବୀନ୍ଦ୍ର ନାଥ ପଣ୍ଡା, ସୁବ୍ରତ ପାତ୍ରଙ୍କ ସମେତ ସୁଶାନ୍ତ କୁମାର ଡାକୁଆ, ଡି ଶେଷଦେବ ପାତ୍ର, ବିଚିତ୍ର କୁମାର ପାଣିଗ୍ରାହୀ, ଗଙ୍ଗାଧର ବିଷୋୟୀ, ସନ୍ତୋଷ କୁମାର ବିଶ୍ବାଳ, ୟୁ ଯଜ୍ଞ ନାରାୟଣ ପାତ୍ର, ବସନ୍ତ କୁମାର ଦଳେଇ, ଭାଜପା କର୍ମକର୍ତ୍ତାଗଣ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ନିବାରଣ ଅଭିଯାନ: ଗାଁରେ ତାତିଲେ ମହିଳା 

 ଜେନାପୁର,୨।୩(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ଅଞ୍ଜିରା ପଞ୍ଚାୟତରେ ନିଶା ନିବାରଣ ଅଭଯାନ  ଆରମ୍ଭ ହୋଇଅଛି। ସୂଚନା  ଥାଉକି  ଅଳସଗଣ୍ଡ …

ଇସ୍ରାଏଲୀ ଆକ୍ରମଣରେ ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ

ତେହରାନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ନିକଟରେ ଆମେରିକା…

ମା’ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ବରୀଙ୍କ ଡୁମ୍ବୁଳା ଯାତ୍ରା ସୋମବାର ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ପ୍ରାତଃ ୬…

ରାହୁଲଙ୍କ ମୃତ୍ୟୁ ପଛରେ କିଏ : ଶିବା ଗଲେ କୁଆଡ଼େ

ଭୁବନେଶ୍ୱର,୨।୩: ରସୁଲଗଡ଼ ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରାହୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି…

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ବିଦେଶୀ ମଦ ହେଉଥିଲା ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା…

ରିଲିଜ ହେଲା ‘ଟକ୍ସିକ’ର ପ୍ରଥମ ଗୀତ, ପ୍ରଶଂସା ସାଉଁଟୁଛନ୍ତି କିଆରା

ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri