ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଷ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି। ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲା ଗ୍ରସ୍ତ ବେଳେ ସ୍ଥାନୀୟ ସର୍କିଟ ହାଉସଠାରେ ଏହି ସୂଚନା ପ୍ରଦାନ କରିଛନ୍ତି।

ତଳିଆ କର୍ମଚାରୀ ନୁହେଁ ଆର୍ସେଲର ମିତ୍ତଲ କମ୍ପାନୀର ବଡ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କଠୋରରୁ କଠୋର ପଦକ୍ଷେପ ନେବାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବଡବିଲ ଖଣିଅଞ୍ଚଳ ମଧ୍ୟରେ ବେଆଇନ କାମ ନେଇ ବନ ବିଭାଗ ବିଳମ୍ବରେ ଜାଣିଥିଲେ ବା ବିଳମ୍ବରେ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ ବଡବିଲ ରେଞ୍ଜର, ନାଲଦା ଫରେଷ୍ଟର ଏବଂ କାରାଖେଣ୍ଡରା ଫରେଷ୍ଟ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆର୍ସେଲର ମିତଲ ପ୍ରାଇଭେଟ ଲିଃ ବଡ ବଡ ଅଧିକାରୀଙ୍କ ବିରୋଧରେ କଡା ଆକ୍ସନ ଗ୍ରହଣ କରାଯିବା ସହ ଖଣି ବନ୍ଦ କରିବାକୁ ଦାବି କରିଛନ୍ତି।

ଓଏମଡିସିଠାରୁ ଏନଓସି ଏବଂ ବନ ବିଭାଗଠାରୁ ନ ପାଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମିତ୍ତଲ କିପରି ରାସ୍ତା ନିର୍ମାଣ କଲା ତାହାକୁ ନେଇ ସାଂସଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବନ ବିଭାଗ ତୁରନ୍ତ ଉଭୟ କମ୍ପାନୀ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଏମ୍‌ପି ଅନନ୍ତ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଉଲିବୁର ସଂରକ୍ଷିତ ଜଙ୍ଗଲରେ ରାସ୍ତା ନିର୍ମାଣ ବେଳେ ବନ ବିଭାଗ ୫ଗାଡି ଜବତ୍‌ କରିଥିଲା। ଜବତ୍‌ ଗାଡି ମଧ୍ୟରେ ୨ଟି ଏକ୍ସକାଭେଟର ଏବଂ ୩ଟି ହାଇୱା ଗାଡି ରହିଥିଲା।

ଓଏମ୍‌ଡିସି ବେଲକୁଣ୍ଡି ଲିଜ୍‌ ଅଞ୍ଚଳ ପରିସରରେ ଥିବା ଉଲିବୁର ସଂରକ୍ଷିତ ଜଙ୍ଗଲରେ ଆର୍ସେଲର ମିତ୍ତଲ ପ୍ରାଇଭେଟ ଲିଃ ଠାକୁରାଣୀ ଲୌହ ଖଣି ପକ୍ଷରୁ ଖଣିଜ ପଥର ପରିବହନ ପାଇଁ ପୂର୍ବରୁ ଥିବା ଏକ ସାଇଡିଂ ସମ୍ପ୍ରସାରଣ, ରାସ୍ତା ନିର୍ମାଣ ଓ ରେଳ ଲାଇନ ବିଛାଇବା ପାଇଁ ଜଙ୍ଗଲ ଜମିରେ ବେଆଇନ ଭାବେ କାମ କରୁଥିଲା। ଓଏମଡିସି ଠାରୁ ଏନଓସି ନ ନେଇ ଏବଂ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମ ପରିବର୍ତ୍ତନ ନ କରି ରାସ୍ତା ଚଉଡା କରୁଥିବା ଜଣାପଡିବା ପରେ ବନବିଭାଗ ପକ୍ଷରୁ ଓଡିଶା ଜଙ୍ଗଲ ଆଇନ ୧୯୭୨ର ଧାରା ୨୭ରେ ୟୁଡି ମାମଲା ରୁଜୁ ହୋଇଛି।

ଜଙ୍ଗଲ ଜମିରେ ବେଆଇନ ରାସ୍ତା ନିର୍ମାଣ କରାଯାଇଥିବାରୁ ମିତ୍ତଲ ଏବଂ ଓଏମ୍‌ଡିସିକୁ କାରଣ ଦର୍ଶାଅ ନୋଟିସ କରାଯାଇଛି ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି।

କାରଣ ଦର୍ଶାଅ ନୋଟିସରେ ୩ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି। ଉତ୍ତର ମିଳିବା ପରେ ବନବିଭାଗ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏଏମ୍‌/ଏନଏସ୍‌ ପକ୍ଷରୁ କୁହାଯାଉଛି ଯେ, ସେମାନେ କୌଣସି ଅନିୟିତତା କରିନାହାଁନ୍ତି ା ଓଏମ୍‌ଡିସିଠାରୁ ଅନୁମୋତି ନେଇଥିବା ବେଳେ ଉକ୍ତ ସ୍ଥାନର ବିକାଶ କାମ କରାଯାଉଛି ଏବଂ କୌଣସି ଜଙ୍ଗଲ ନଷ୍ଟ କରିନାହାଁନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri