Posted inଖେଳ

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି ଲୋକମାନଙ୍କ ସାମ୍ନା କରିବାକୁ ନର୍ଭସ ଥିଲେ ତାହା କହିଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାଓ୍ବନଙ୍କ ଶୋ ‘ଧାଓ୍ବନ କରେଙ୍ଗ’ରେ ଏଭଳି କହିଛନ୍ତି ପନ୍ତ।

୨୦୨୨ ଡିସେମ୍ବର ମାସରେ ପନ୍ତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ମୃତ୍ୟୁକୁ ଚକ୍‌ମା ଦେଇ ପନ୍ତ ପୁନର୍ବାର କମ୍‌ବ୍ୟାକ କରିଥିଲେ। ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଏହି ଦୁର୍ଘଟଣାରେ ପନ୍ତଙ୍କ କାର ଜଳି ଯାଇଥିଲା। ଶରୀରରେ ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ହଲିବାକୁ ମଧ୍ୟ ସମର୍ଥ ନ ଥିଲେ।

ଭଗବାନଙ୍କ ଦୟାରୁ ବଞ୍ଚି ଯାଇଥିବା ବେଳେ ଏହା ଜୀବନ ବଦଳାଇଦେବା ମୂହୂର୍ତ୍ତ ଥିଲା ବୋଲି ପନ୍ତ କହିଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିମାନ ବନ୍ଦରରେ ଲୋକମାନଙ୍କୁ ସାମ୍ନା କରିବାକୁ ସେ ମାନସିକ ଭାବରେ ପ୍ରସ୍ତୁତ ନ ଥିଲେ ବୋଲି କହିଥିଲେ ପନ୍ତ।

ଏହି ସମୟରେ ଦୁଇ ମାସ ଯାଏ ବ୍ରସ କରି ନ ଥିବା ବେଳେ ପ୍ରାୟ ୭ ମାସ ଧରି ଶରୀରରେ ଯନ୍ତ୍ରଣା ରହିଥିଲା। ତେବେ ଦୀର୍ଘ ୧୪ ମାସ ପରେ ଆଇପିଏଲ୍‌ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିବା ପନ୍ତଙ୍କୁ ଭାରତୀୟ ବିଶ୍ୱକପ ଦଳରେ ମଧ୍ୟ ସ୍ଥାନ ମିଳିଥିଲା। ପ୍ରଥମ ବ୍ୟାଚ୍‌ର ଭାରତୀୟ ଦଳ ସହ ପନ୍ତ ଯାତ୍ରା କରିଥିବା ବେଳେ ବର୍ତ୍ତମାନ ସେ ନ୍ୟୁୟର୍କରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri