ନଦୀକୂଳିଆଙ୍କ ମନରେ ଛନକା

ରସୁଲପୁର,୪ା୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକର ୨୮ ପଞ୍ଚାୟତକୁ ବ୍ରାହ୍ମଣୀ ଓ ତା’ର ଶାଖା ନଦୀ ଖରସ୍ରୋତା ଘେରିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ଖରସ୍ରୋତାରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଉଭୟ ନଦୀ ପଠାରେ ଥିବା ଚାଷ ଜମିରେ ବନ୍ୟାଜଳ ମାଡ଼ିଯାଇଛି। ଏଭଳି ସ୍ଥିତିରେ ରସୁଲପୁର ବ୍ଲକର ବ୍ରାହ୍ମଣୀ ନଦୀ ଅବବାହିକାରେ ଅବସ୍ଥିତ କଲଣ, ଜାବରା, ସିଂହାପୁର, ବାରବାଟୀ, ପ୍ରଥମାଖଣ୍ଡି, ଅତଲାପୁର, ରାଜେନ୍ଦ୍ରପୁର, ସାମନ୍ତରାପୁର, ମଙ୍ଗରାଜପୁର, ବନ୍ଧଡିହ ଓ ଖରସ୍ରୋତା ନଦୀ ପଠାରେ ଅବସ୍ଥିତ ଶ୍ରୀବନ୍ତପୁର, ଟିକରପଡ଼ା, ଗନ୍ଧଣ, ଭୋଟକା, ରସୁଲପୁର, ବାହାଦଲାପୁର ଓ ନରସିଂହପୁର ଆଦି ୧୭ ପଞ୍ଚାୟତର ପ୍ରାୟ ୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପରିବା ଓ ଧାନ କ୍ଷେତରେ ପାଣି ମାଡ଼ିଯାଇଛି। ନଦୀକୂଳିଆବାସୀଙ୍କ ମନରେ ଛନକା ପଶିଛି।
ସାଧାରଣତଃ ଖରିଫ ଋତୁରେ ନଦୀପଠାରେ ଅଧିକ ପନିପରିବା ଚାଷ ହୋଇଥାଏ। ବନ୍ୟାଜଳ ମାଡ଼ିଯିବା ଯୋଗୁ ପନିପରିବା ଫସଲ ଅଧିକ ପ୍ରଭାବିତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବନ୍ୟା ପରବର୍ତ୍ତୀ ଅବସ୍ଥାରେ ପରିବା ଦର ଆହୁରି ବଢ଼ିବ ବୋଲି କୁହାଯାଉଛି। ଟିକରପଡ଼ା ପଞ୍ଚାୟତ ନଦୀପଠାରେ ବସବାସ କରୁଥିବା କୁଜିବର ଗ୍ରାମର ବାସେଳିସାହି ବନ୍ୟାଜଳ ଘେରରେ ରହିଛି। ବାହାଦଲାପୁର ପଞ୍ଚାୟତର ସରିଫାବାଦ ଗ୍ରାମରେ ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ପ୍ରବେଶ କରିଛି। ବାସେଳି ସାହିକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ୩ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ଅତଲାପୁର ପଞ୍ଚାୟତର ଗଣେଶ ପାଟଣା, ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପାଟଣା, ପହଁଗା ପଞ୍ଚାୟତର ଯୋକଡ଼ିଆ, ବନ୍ଧଡିହ ଓ ସାମନ୍ତରାପୁର ପଞ୍ଚାୟତ ଆଦିରେ ଥିବା ଘେରିବନ୍ଧ ଉବୁଟୁବୁ ହେବାକୁ ବସିଲାଣି। ରାତିରେ ନଦୀର ଜଳସ୍ତର ବଢ଼ିଲେ ଘେରିବନ୍ଧ ବୁଡ଼ି ଗାଁରେ ପାଣି ପଶିଯିବ। ଏହାକୁ ନେଇ ଘେରିବନ୍ଧ ମଧ୍ୟରେ ଥିବା ଜନବସତି ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ତୀକ୍ଷ୍ନ ଦୃଷ୍ଟି ଦିଆଯାଇଛି।
ରେଙ୍ଗାଲି ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ସମ୍ଭାବନା କମ୍‌ଥିବାରୁ ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିବ ବୋଲି ପ୍ରଶାସନିକସ୍ତରରେ ଆକଳନ କରାଯାଉଛି। ତଥାପି ବିପଦ ଟଳି ନାହିଁ, ଡ୍ୟାମର ତଳିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି। ଏବେ ନଦୀର ଜଳସ୍ତର ସ୍ଥିର ରହିଛି। ଏହାଉପରେ ଆହୁରି ୧ ଫୁଟ୍‌ ଜଳସ୍ତର ବଢ଼ିବ ବୋଲି ପ୍ରଶାସନ ଆକଳନ କରୁଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧର ଦୁର୍ବଳସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ତା’ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ରସୁଲପୁର ବିଡିଓ ଅବନିକାନ୍ତ ସାହୁଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରାହ୍ମଣୀ ଓ ତା’ର ଶାଖା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହେବା ସମ୍ଭାବନା କମ୍‌ ବୋଲି ବିଡିଓ ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ବ୍ଲକରେ ୨୪ଘଣ୍ଟଆ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ପ୍ରତି ଘଣ୍ଟାରେ ନଦୀକୂଳିଆ ପଞ୍ଚାୟତର ବନ୍ୟା ସ୍ଥିତି ସମୀକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri