ଦୁଇ ଶକ୍ତିର ପ୍ରତିଦ୍ୱନ୍ଦ୍ୱିତା

୨୦୨୬ରେ ଆମ ଯୁଗର ଦୁଇ ବୃହତ୍‌ ଶକ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧର ଶେଷଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ବିଶ୍ୱବ୍ୟାପୀ ପ୍ରାଧାନ୍ୟ ବିସ୍ତାର କରିଆସିଛି। ଏହି ପ୍ରାଧାନ୍ୟ ଏବେ ଶେଷ ହେବାକୁ ଯାଉଥିବା ମନେ ହେଉଛି। ୨୦୦୦ରେ ଆମେରିକା ବିଶ୍ୱ ବାଣିଜ୍ୟ ଉପରେ ରାଜତ୍ୱ କରିଥିଲା। ହେଲେ ଏବେ ଚାଇନା ୧୫୦ରୁ ଅଧିକ ଦେଶ ସହ ବାଣିଜି୍ୟକ ଅଂଶୀଦାର ହୋଇଛି। ହେଲେ ନୂତନ ଭାରତ ବେଜିଂ ସହିତ ସମ୍ପର୍କ ସ୍ଥାପନ କରିବାକୁ ଅନିଚ୍ଛୁକ; କିନ୍ତୁ ଅନ୍ୟ ଦେଶ ତୁଳନାରେ ଅଧିକ ଆମଦାନୀ କରିବାକୁ ବାଧ୍ୟ ହେଉଛି। ବୈଶ୍ୱିକ ବାଣିଜ୍ୟ ଯୁଦ୍ଧରେ ବିଜୟୀ ହେବା ଚାଇନା ପାଇଁ ଲାଭଦାୟକ ହୋଇଛି ଏବଂ ୨୫ ବର୍ଷ ପୂର୍ୱେ ଆମେରିକା ଏହି ସ୍ତରରେ ପହଞ୍ଚିପାରି ନ ଥିଲା। ଟ୍ରେଡ୍‌ ସର୍ପଲସ(ଆମଦାନୀ ସାମଗ୍ରୀ ମୂଲ୍ୟଠାରୁ ରପ୍ତାନି ମୂଲ୍ୟ ଅଧିକ ରହେ)ରେ ଚାଇନା ପ୍ରତିଦିନ ୩ ବିଲିୟନ ଡଲାର ପାଉଛି, ଯାହା ଆଶ୍ଚର୍ଯ୍ୟଜନକ। ୨୦୨୫ ପାଇଁ ଏହା ୧.୧ ଟ୍ରିଲିୟନ ଡଲାର ହୋଇଛି। ସେହି ଗତିବିଧି ଜାରି ରହିଲେ ଚଳିତ ବର୍ଷ ଏହା ବୃଦ୍ଧି ପାଇବ। ୨୦୨୦ରେ ଚାଇନା ୧୦ ଲକ୍ଷ କାର ରପ୍ତାନି କରିଥିଲା ଏବଂ ତା’ପର ପାଞ୍ଚ ବର୍ଷରେ ଏହି ସଂଖ୍ୟା ୭୦ ଲକ୍ଷରେ ପହଞ୍ଚିଛି। ଏହି କାରଗୁଡ଼ିକ ଉନ୍ନତ ଏବଂ ଶସ୍ତା ହେଉଥିବାରୁ ବିଶ୍ୱ ସ୍ତରରେ ଆହୁରି ଅଧିକ ଗ୍ରହଣୀୟ ହେଉଛି। ଅକ୍ଷୟଶକ୍ତି, ସୌର ଏବଂ ପବନ ଶକ୍ତି ଉତ୍ପାଦନ କରୁଥିବା ଉପକରଣ ତିଆରି କରିବାରେ ଚାଇନା ସବୁଠୁ ଆଗରେ ରହିଛି। ବିଶ୍ୱର ପ୍ରାୟ ୭୦% ବୈଦ୍ୟୁତିକ ଯାନର ବ୍ୟାଟେରି ଚାଇନାରେ ତିଆରି ହୁଏ। ଏହା ବିଶ୍ୱର ଅଧା କିମ୍ୱା ତା’ଠାରୁ ଅଧିକ ଇସ୍ପାତ, ଆଲୁମିନିୟମ ଏବଂ ସିମେଣ୍ଟ ପ୍ରସ୍ତୁତ କରେ। ବିଶ୍ୱରେ ବ୍ୟବହୃତ ପ୍ରାୟ ତିନି ଚତୁର୍ଥାଂଶ ଡ୍ରୋନ ଚାଇନାର। ବିଶ୍ୱର ଅଧାରୁ ଅଧିକ ଜାହାଜ ଚାଇନା ନିର୍ମିତ। ବିଶେଷକରି ଏଲ୍‌ଏନ୍‌ଜି ଟ୍ୟାଙ୍କର୍‌, କ୍ରୁଜ ଓ ବଡ଼ ସାମରିକ ଜାହାଜ ଏବଂ ସାମଗ୍ରୀ ବହନ କରୁଥିବା କଣ୍ଟେନର ଜାହାଜ ବର୍ତ୍ତମାନ ଚାଇନାରେ ନିର୍ମାଣ କରାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ, ଆମେରିକା ଟାରିଫ୍‌ ଲଗାଇ ବିଶ୍ୱକୁ ଦେଇଥିବା ଧମକକୁ ଚାଇନା ପ୍ରତିରୋଧ କରି ସଫଳ ହୋଇଥିଲାବେଳେ ନୂତନ ଭାରତ ସମେତ ଅଧିକାଂଶ ଦେଶ ଟ୍ରମ୍ପଙ୍କ କଥା ଅନୁସାରେ ଶୁଳ୍କ ଦେଇଛନ୍ତି। ଟ୍ରମ୍ପ ତାଙ୍କ ଟାରିଫ୍‌ ବୃଦ୍ଧିରୁ ପଛକୁ ହଟିଗଲେ ମଧ୍ୟ ଆମେରିକାର ପ୍ରତିରକ୍ଷା ଶିଳ୍ପ ପାଇଁ ଚୁମ୍ୱକ ଏବଂ ସାମଗ୍ରୀ ଚାଇନାରୁ ଆଣିିବାକୁ ପଡ଼ୁଛି, ଯାହା ବିନା କ୍ଷେପଣାସ୍ତ୍ର ଏବଂ ଜେଟ ତିଆରି ଅସମ୍ଭବ। କିଛି ସପ୍ତାହ ପୂର୍ୱରୁ ଚାଇନାକୁ ରପ୍ତାନି ହେଉଥିବା ନିଭିଡିଆ କମ୍ପାନୀ ଉଚ୍ଚମାନର ଚିପ୍ସ ରପ୍ତାନି କଟକଣାକୁ ସହଜ କରିଥିଲେ ମଧ୍ୟ ଶି ଜିନ୍‌ପିଙ୍ଗ କହିଥିଲେ ଯେ ଚାଇନା ସେଗୁଡ଼ିକୁ କିଣିବ ନାହିଁ ଏବଂ ତା’ଠାରୁ କମ୍‌ ମାନର ହେଉ ପଛେ ତାହା ନିଜେ ତିଆରି କରିବ। ଗତ ମାସରେ ଏକ ରିପୋର୍ଟ ଆସିଥିଲା, ଚିପ୍ସ ପାଇଁ ଲିଥିଓଗ୍ରାଫି ପାଉ ନ ଥିଲେ ମଧ୍ୟ ଉଚ୍ଚ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଇନା ସଫଳତା ହାସଲ କରିଛି। ସାଧାରଣତଃ ଧାରଣା ରହିଛି ଯେ ଯଦି କିଛି ଉତ୍ପାଦନରେ ଜଟିଳତା ଯେତେ ଥାଉନା କାହିଁକି ଚାଇନା ତାହା କରିପାରିବ। ବାଣିଜି୍ୟକ ବିମାନ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ। ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକାରେ ବୋଇଂ ଏବଂ ୟୁରୋପରେ ଏୟାରବସ ଥିବାବେଳେ ଚାଇନା ଗତବର୍ଷ ଏହାର ବାଣିଜି୍ୟକ ଜେଟ ଚାଲୁ କରିଥିଲା ଏବଂ ୨୦୨୬ରେ ଏହାକୁ ବ୍ୟାପକ କରିବା ଆମେ ଦେଖିବୁ। ଚାଇନା କିଛି ମାସ ପୂର୍ୱରୁ ଏହାର ପ୍ରଥମ ସ୍ୱଦେଶୀ ତଥା ଉଚ୍ଚମାନର ବିମାନ ବାହକ ଜାହାଜକୁ ନିୟୋଜିତ କରିଥିଲା ଏବଂ ଚଳିତବର୍ଷ ଏହା ପ୍ରଥମ ପରମାଣୁ ଶକ୍ତିସଂପନ୍ନ ବିମାନ ନିର୍ମାଣ କରିବ। ଏକ ଆମେରିକୀୟ ପ୍ରତିରକ୍ଷା ରିପୋର୍ଟରେ କୁହାଯାଇଛି ଯେ ୧୦ ବର୍ଷ ମଧ୍ୟରେ ଚାଇନା ପାଖରେ ପ୍ରାୟ ସମାନ ସଂଖ୍ୟକ ବାହକ ଯୁଦ୍ଧ ବିମାନ ରହିବ, ଯାହା ଏବେ ଆମେରିକା ପାଖରେ (୧୧ଟି) ଅଛି । ୨୦୨୫ରେ ଚାଇନା ଯୁଦ୍ଧ ବିମାନ ପ୍ରଦର୍ଶନ କଲା, ଯାହା ପୁରୁଣା ଆମେରିକୀୟ ବିମାନ ଅପେକ୍ଷା ଉନ୍ନତ ଥିଲା।
ବିଶ୍ୱର ପ୍ରତିଭାମାନେ ଆମେରିକାକୁ ଚାଲିଯାଇଥିବାରୁ ଆମେରିକାର ପ୍ରାଧାନ୍ୟ ମୁଖ୍ୟତଃ ବଢ଼ିଛି। ଏହି ଧାରା ଭାରତୀୟ ବିଶେଷକରି ମଧ୍ୟବିତ୍ତ ବର୍ଗଙ୍କ ପାଇଁ କିଛି ସୁବିଧା ଆଣି ଦେଇଥିଲା। ହେଲେ ଏଚ୍‌ଓ୍ୱାନବି ପ୍ରୋଗ୍ରାମ ଦେୟ ଏବଂ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକର ସମସ୍ୟା ସହ ଟ୍ରମ୍ପଙ୍କ ନୀତିଗୁଡ଼ିକ ଏହାକୁ ଶେଷ କରିଦେଇଛି। ଭାରତ ପରି ଚାଇନା କେବେ ବି ପ୍ରବାସୀଙ୍କୁ ସ୍ୱାଗତ କରିନାହିଁ। କିନ୍ତୁ ଏହା ଏହାର ସମାନତା ସହିତ ଆରାମଦାୟକ ଏବଂ ଶିଳ୍ପ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର କରି ବିଭିନ୍ନ ସମସ୍ୟା ଦୂର କରିଛି। ୨୦୧୮ରେ ଚାଇନା ପ୍ରଥମେ ଅନୁଭବ କରିଥିଲା ଯେ ଆମେରିକା ହେଉଛି ତାହାର ପ୍ରତିଦ୍ୱନ୍ଦ୍ୱୀ। ସ୍ଥିତିକୁ ପରଖି ପରବର୍ତ୍ତୀ ସାତ ବର୍ଷରେ ନିଜକୁ କିଭଳି ପ୍ରସ୍ତୁତ କରିବ ତାହା ଆକଳନ କରିଥିଲା। ଏକ ମାତ୍ର ଦେଶ ଭାବେ ସେ ଏହା କରିଛି। ଏକ ବର୍ଷ ପୂର୍ୱେ ଟ୍ରମ୍ପ କ୍ଷମତାକୁ ଫେରିବା ବେଳକୁ ଚାଇନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିଲା ଏବଂ ଏବେ ତାକୁ ରୋକିବା ଅସମ୍ଭବ। ଏହା ମୁଖ୍ୟତଃ ଆତ୍ମନିର୍ଭରଶୀଳ ହେବାପାଇଁ ସେହି ସମୟ ବିତାଇଥିଲା। ଚାଇନା ଏତେ କମ୍‌ ସମୟ ମଧ୍ୟରେ ହାସଲ କରିପାରିଲା ଯେ ବର୍ତ୍ତମାନ ସାରା ବିଶ୍ୱ ଏହା ଉପରେ ନିର୍ଭରଶୀଳ । ଆମେରିକା ଆପଣାଇଥିବା ପଥକୁ ମୁକାବିଲା କରି ଏହା ହାସଲ କରିଛି। ଏହା ସରକାରଙ୍କ ଦାୟିତ୍ୱ ବୃଦ୍ଧି କରି କର୍ପୋରେଟଗୁଡ଼ିକର ବ୍ୟୟ ରୋକିବାରେ ସଫଳ ହୋଇଛି। ସବୁଠାରୁ ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ପ୍ରତ୍ୟାଖ୍ୟାନ କରି ନିଜସ୍ୱ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ କରିବାକୁ ପସନ୍ଦ କରିଛି। ବ୍ୟାଙ୍କଗୁଡ଼ିକ ରିୟଲ ଇଷ୍ଟେଟକୁ ଋଣ ଦେବା ପାଇଁ ଚାଇନା ବନ୍ଦ କରିବା ସହ ଶିଳ୍ପକୁ ପାଣ୍ଠି ଯୋଗାଇବାକୁ ବାଧ୍ୟ କରିଛି। ସମସ୍ତ ଯୋଜନା ଏବଂ କାର୍ଯ୍ୟାନ୍ୱୟନ ଚାଇନାକୁ ଏବେ ଏହି ସ୍ଥାନରେ ପହଞ୍ଚାଇଛି। ତେବେ ଆମେରିକାର ପ୍ରଭୁତ୍ୱ ବିସ୍ତାର ପ୍ରତି ଆହ୍ୱାନ ରହିଛି । ଏଠାରେ ବୟସ୍କଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି, ବିଶ୍ୱ ପାଇଁ ନିଜ ଦ୍ୱାର ବନ୍ଦ କରିଦେଉଛି ଏବଂ ଧୀରେ ଧୀରେ ପଛରେ ପଡ଼ିଯାଉଛି। ବୃହତ୍‌ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଚଳିତବର୍ଷ ଏହି ଦୁଇ ଆଧୁନିକ ଶକ୍ତି ମଧ୍ୟରେ କ’ଣ ନୂତନ ବିକାଶ ଆସିବ ତାହା ଦେଖିବା ଆକର୍ଷଣୀୟ ହେବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri