ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…

ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା କରିଛି। ସୌଦି ଆରବ ଏବଂ ରୁଷିଆର ନେତୃତ୍ୱାଧୀନ ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ (ଓପେକ)ର ୧୩ ସଦସ୍ୟ ବିଶିଷ୍ଟ ସଂଗଠନର ୧୦ ଅଂଶୀଦାରଙ୍କ ବୈଠକ ପରେ ଏହି ଘୋଷଣା କରାଯାଇଛି। ବିଶ୍ଳେଷକମାନେ ଆଶା କରିଥିଲେ ଓପେକ ପ୍ଲସ ଉତ୍ପାଦକମାନେ ସେମାନଙ୍କର ବର୍ତ୍ତମାନର ନୀତି ବଜାୟ ରଖିବେ, କିନ୍ତୁ ଚଳିଚ ସପ୍ତାହ ଶେଷରେ ୨୩ ଟି ଦେଶ ତୈଳ ତତ୍ପାଦନ କାଟ କରିପାରନ୍ତି ବୋଲି ସଙ୍କେତ ପ୍ରକାଶ ପାଇଛି।

ନିକଟ ସୂତ୍ର ଅନୁଯାୟୀ ଦୈନିକ ଏକ ମିଲିୟନ ବ୍ୟାରେଲ (ବିପିଡି) ଉତ୍ପାଦନ କାଟ ଉପରେ ଆଲୋଚନା କରାଯାଉଛି। ଏପ୍ରିଲରେ, କେତେକ ଓପେକ ପ୍ଲସ ସଦସ୍ୟ ସ୍ବେଚ୍ଛାକୃତ ଭାବରେ ଉତ୍ପାଦନକୁ ଏକ ମିଲିୟନ ବିପିଡିରୁ କମ କରିବାକୁ ରାଜି ହୋଇଥିଲେ।

ବ୍ଲୁମବର୍ଗ ନ୍ୟୁଜ ଏଜେନ୍ସି ଗୋଷ୍ଠୀର ଆଫ୍ରିକୀୟ ସଦସ୍ୟଙ୍କ ସହ ବିବାଦ କରୁଥିବା ରିପୋର୍ଟ କରିଛି, ଯାହା ସମାବେଶକୁ ନଷ୍ଟ କରିବାକୁ ଧମକ ଦେଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସ ଏହାର ଉତ୍ପାଦନ କାଟକୁ ମାପିବାରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବାବେଳେ। ଅଙ୍ଗୋଲା ଏବଂ ନାଇଜେରିଆ ସମେତ ଅନେକ ଓପେକ ପ୍ଲସ ଦେଶ ସେମାନଙ୍କ କୋଟା ପୂରଣ ପାଇଁ ସଂଘର୍ଷ କରୁଛନ୍ତି ।

ରୁଷିଆର ୟୁକ୍ରେନ ଆକ୍ରମଣ ମଧ୍ୟରେ ତୈଳ ଉତ୍ପାଦନକାରୀମାନେ ମୂଲ୍ୟ ହ୍ରାସ ଏବଂ ଉଚ୍ଚ ବଜାରର ଅସ୍ଥିରତା ସହିତ ମୁକାବିଲା କରୁଛନ୍ତି। ଯାହା ସମଗ୍ର ବିଶ୍ୱରେ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି। ଏପ୍ରିଲରେ କାଟ ଘୋଷଣା ହେବା ପରେ ତୈଳ ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ୭୦ ଡଲାରକୁ ଖସି ଆସିଛି।

ରୁଷିଆର ଉପମୁଖ୍ୟମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ କହିଛନ୍ତି ଏହି ଘଟଣାର ଦୀର୍ଘ ସମୟ ଧରି ଅନୁସନ୍ଧାନ ପରେ ବର୍ତ୍ତମାନର ଉତ୍ପାଦନ ହ୍ରାସ ୨୦୨୪ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରୁଷିଆ ତୈଳ ରାଜସ୍ବ ଉପରେ ନିର୍ଭରଶୀଳ କାରଣ ୟୁକ୍ରେନରେ ଏହାର ଯୁଦ୍ଧ ଜାରି ରହିଛି ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ଏହାର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ପ୍ରତିବନ୍ଧକ ଥିବାରୁ ରୁଷିଆ ଭାରତ ଏବଂ ଚାଇନାକୁ ତୈଳ ପଠାଉଛି କାରଣ ଏସୀୟ ଦେଶମାନେ ଅଶୋଧିତ ତୈଳ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ସୌଦି ଆରବ ଏହାର ବଜେଟକୁ ସନ୍ତୁଳିତ କରିବା ପାଇଁ ଅଧିକ ମୂଲ୍ୟର ଆବଶ୍ୟକତା ରହିଛି ବୋଲି ବିଶ୍ଳେଷକମାନେ କହିଛନ୍ତି । ତେଣୁ ବର୍ତ୍ତମାନ ତୈଳ ବ୍ୟାରେଲ ମୂଲ୍ୟ ୮୦ ଡଲାରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?