ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…

ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା କରିଛି। ସୌଦି ଆରବ ଏବଂ ରୁଷିଆର ନେତୃତ୍ୱାଧୀନ ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ (ଓପେକ)ର ୧୩ ସଦସ୍ୟ ବିଶିଷ୍ଟ ସଂଗଠନର ୧୦ ଅଂଶୀଦାରଙ୍କ ବୈଠକ ପରେ ଏହି ଘୋଷଣା କରାଯାଇଛି। ବିଶ୍ଳେଷକମାନେ ଆଶା କରିଥିଲେ ଓପେକ ପ୍ଲସ ଉତ୍ପାଦକମାନେ ସେମାନଙ୍କର ବର୍ତ୍ତମାନର ନୀତି ବଜାୟ ରଖିବେ, କିନ୍ତୁ ଚଳିଚ ସପ୍ତାହ ଶେଷରେ ୨୩ ଟି ଦେଶ ତୈଳ ତତ୍ପାଦନ କାଟ କରିପାରନ୍ତି ବୋଲି ସଙ୍କେତ ପ୍ରକାଶ ପାଇଛି।

ନିକଟ ସୂତ୍ର ଅନୁଯାୟୀ ଦୈନିକ ଏକ ମିଲିୟନ ବ୍ୟାରେଲ (ବିପିଡି) ଉତ୍ପାଦନ କାଟ ଉପରେ ଆଲୋଚନା କରାଯାଉଛି। ଏପ୍ରିଲରେ, କେତେକ ଓପେକ ପ୍ଲସ ସଦସ୍ୟ ସ୍ବେଚ୍ଛାକୃତ ଭାବରେ ଉତ୍ପାଦନକୁ ଏକ ମିଲିୟନ ବିପିଡିରୁ କମ କରିବାକୁ ରାଜି ହୋଇଥିଲେ।

ବ୍ଲୁମବର୍ଗ ନ୍ୟୁଜ ଏଜେନ୍ସି ଗୋଷ୍ଠୀର ଆଫ୍ରିକୀୟ ସଦସ୍ୟଙ୍କ ସହ ବିବାଦ କରୁଥିବା ରିପୋର୍ଟ କରିଛି, ଯାହା ସମାବେଶକୁ ନଷ୍ଟ କରିବାକୁ ଧମକ ଦେଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସ ଏହାର ଉତ୍ପାଦନ କାଟକୁ ମାପିବାରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବାବେଳେ। ଅଙ୍ଗୋଲା ଏବଂ ନାଇଜେରିଆ ସମେତ ଅନେକ ଓପେକ ପ୍ଲସ ଦେଶ ସେମାନଙ୍କ କୋଟା ପୂରଣ ପାଇଁ ସଂଘର୍ଷ କରୁଛନ୍ତି ।

ରୁଷିଆର ୟୁକ୍ରେନ ଆକ୍ରମଣ ମଧ୍ୟରେ ତୈଳ ଉତ୍ପାଦନକାରୀମାନେ ମୂଲ୍ୟ ହ୍ରାସ ଏବଂ ଉଚ୍ଚ ବଜାରର ଅସ୍ଥିରତା ସହିତ ମୁକାବିଲା କରୁଛନ୍ତି। ଯାହା ସମଗ୍ର ବିଶ୍ୱରେ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି। ଏପ୍ରିଲରେ କାଟ ଘୋଷଣା ହେବା ପରେ ତୈଳ ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ୭୦ ଡଲାରକୁ ଖସି ଆସିଛି।

ରୁଷିଆର ଉପମୁଖ୍ୟମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ କହିଛନ୍ତି ଏହି ଘଟଣାର ଦୀର୍ଘ ସମୟ ଧରି ଅନୁସନ୍ଧାନ ପରେ ବର୍ତ୍ତମାନର ଉତ୍ପାଦନ ହ୍ରାସ ୨୦୨୪ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରୁଷିଆ ତୈଳ ରାଜସ୍ବ ଉପରେ ନିର୍ଭରଶୀଳ କାରଣ ୟୁକ୍ରେନରେ ଏହାର ଯୁଦ୍ଧ ଜାରି ରହିଛି ଏବଂ ପାଶ୍ଚାତ୍ୟ ପ୍ରତିବନ୍ଧକ ଏହାର ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ପ୍ରତିବନ୍ଧକ ଥିବାରୁ ରୁଷିଆ ଭାରତ ଏବଂ ଚାଇନାକୁ ତୈଳ ପଠାଉଛି କାରଣ ଏସୀୟ ଦେଶମାନେ ଅଶୋଧିତ ତୈଳ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷରେ ସୌଦି ଆରବ ଏହାର ବଜେଟକୁ ସନ୍ତୁଳିତ କରିବା ପାଇଁ ଅଧିକ ମୂଲ୍ୟର ଆବଶ୍ୟକତା ରହିଛି ବୋଲି ବିଶ୍ଳେଷକମାନେ କହିଛନ୍ତି । ତେଣୁ ବର୍ତ୍ତମାନ ତୈଳ ବ୍ୟାରେଲ ମୂଲ୍ୟ ୮୦ ଡଲାରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ରେନୋର ଅଲ୍‌ ନ୍ୟୁ କାଇଗର

ଭୁବନେଶ୍ୱର,୧୦।୯(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀ ରେନଲ୍‌ଟ (ରେନୋ) ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍‌ ନ୍ୟୁ କାଇଗର (ଅର୍ବାନ...

ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା...

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

ସୀମାରେ ବାଲିଷ୍ଟିକ୍‌ ମିଶାଇଲ ମୁତୟନ କଲା ଜାପାନ

ଟୋକିଓ, ୨୩ା୬(ଆଇଏଏନ୍‌ଏସ୍‌): ଚାଇନା ଓ ଜାପାନ ମଧ୍ୟରେ ସେନ୍‌କାକୁସ ଦ୍ୱୀପପୁଞ୍ଜକୁ ନେଇ ବିବାଦ ଦେଖାଦେଇଛି। ଯଦିଓ ଏହି ଅଞ୍ଚଳ ୧୯୭୨ରୁ ଜାପାନ ପ୍ରଶାସନ ଅଧୀନରେ ରହିଆସିଛି,...

ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…

ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍‌ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ...

ଏଡିବି ଦେଲା ୧୨ ହଜାର କୋଟି ଋଣ ସହାୟତା

ନୂଆଦିଲ୍ଲୀ,୨୯।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୧.୫ ବିଲିୟନ ଡଲାର( ପ୍ରାୟ ୧୨ ହଜାର କୋଟି ଟଙ୍କା)ର...

ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା...

ରୁଷରେ ମୋଦିଙ୍କୁ ଜୋରଦାର୍‌ ସ୍ବାଗତ

ମସ୍କୋ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦି ଭ୍ଲାଦିଭୋଷ୍ଟକରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି...

Advertisement
Archives

Model This Week