ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ ଆଇଟି ହାର୍ଡୱେର୍‌, ଟିଭି, ୱାଶିଂ ମେଶିନ ଏବଂ ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ମୂଲ୍ୟ ବୃଦ୍ଧିର ସମ୍ଭାବନା ପ୍ରକାଶ ପାଇଛି। ଏହା ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ମତ ପ୍ରକାଶ ରହିଛି। ବିଶେଷଜ୍ଞଙ୍କ ସୂଚନାନୁଯାୟୀ, ଗତ ୨ ମାସ ମଧ୍ୟରେ କେତେକ ସ୍ଥାନରେ ମାଲ ପରିବହନ ପ୍ରାୟ ୪ଗୁଣ ବୃଦ୍ଧି ପାଇଛି। ଏହାପୂର୍ବରୁ ଜାହାଜଗୁଡ଼ିକ ଆମେରିକା ଏବଂ ୟୁରୋପରେ ପହଞ୍ଚିବା ପାଇଁ ସୁଏଜ୍‌ କେନାଲ ମାର୍ଗ ଆପଣେଇଥିଲେ। ବର୍ତ୍ତମାନ ସଙ୍କଟରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ପ୍ରାୟ ୮୫୦୦ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଏହି ମାର୍ଗ ପ୍ରାୟ ୩୩୦ ବଡ଼ ଜାହାଜ ଦ୍ୱାରା ଗ୍ରହଣ କରାଯାଇଛି। ଏଥିରେ ପ୍ରାୟ ୧୨ ହଜାର କଣ୍ଟେନର ଲୋଡ୍‌ ହୋଇଛି। ଏହି କାରଣରୁ ମେ ମାସରୁ ଚାଇନା ବନ୍ଦରରେ ଜାହାଜର ଅଭାବ ଦେଖାଦେଇଛି। ଏହା ବ୍ୟତୀତ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଉତ୍ପାଦନ ପଦ୍ଧତିକୁ ପରିବର୍ତ୍ତନ କରିବାକୁ ପଡୁଛି। ଏହି କ୍ରମରେ ବଡ଼ ବଡ଼ ବୈଦ୍ୟୁତିକ ସାମଗ୍ରୀର ମୂଲ୍ୟର ଲଜିଷ୍ଟିକ୍‌ ମୂଲ୍ୟ ପ୍ରାୟ ୨ ରୁ ୩ ପ୍ରତିଶତ ରହୁଥିବାବେଳେ ଯଦି ସମାନ ପରିସ୍ଥିତି ଜାରି ରହେ ତେବେ ଗ୍ରାହକଙ୍କଠାରୁ ଏହି ମୂଲ୍ୟ ଆଦାୟ କରାଯିବ ବୋଲି ଆଶଙ୍କା କରାଯାଉଛି। ଏହା ବ୍ୟତୀତ ଏକ ଜାହାଜ ଦ୍ୱାରା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମୟ ମଧ୍ୟ ୩୫ ରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଲୋହିତ ସାଗର ସଙ୍କଟ ଯୋଗୁ ସମଗ୍ର ବିଶ୍ୱରେ ୨୦ ଏବଂ ୪୦ ଫୁଟ ବିଶିଷ୍ଟ କଣ୍ଟେନରର ମୂଲ୍ୟ ବୃଦ୍ଧି ପାଇଛି। କମ୍ପାନୀଗୁଡ଼ିକ ସେମାନଙ୍କ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା ପାଇଁ ୨୦ ଫୁଟ କଣ୍ଟେନରଙ୍କୁ ବାଛୁଛନ୍ତି।
ତେବେ ସୁଏଜ୍‌ କେନାଲ ମାଧ୍ୟମରେ ବାଣିଜ୍ୟ ଆରମ୍ଭ ହେବା ପରେ ହିଁ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କଣ୍ଟେନରଗୁଡ଼ିକର ମୂଲ୍ୟ ୨୪୦୦ରୁ ୨୯୦୦ ଡଲାରରେ ପହଞ୍ଚିଛି । ଲୋହିତ ସାଗର ସଙ୍କଟ ପୂର୍ବରୁ ଏହା ୮୫୦ ରୁ ୧୦୦୦ ଡଲାର ଥିଲା। ତେବେ ଏହି ପରିସ୍ଥିତି ଯୋଗୁ ମୋବାଇଲ ଫୋନ୍‌ର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହାର ପାର୍ଟସ୍‌ଗୁଡ଼ିକ ହାଲୁକା ଏବଂ ସୂକ୍ଷ୍ମ। ସେଗୁଡିକ ଆକାଶମାର୍ଗରେ ପରିବହନ କରାଯାଉଥିବାରୁ ଏହାର ମୂଲ୍ୟ ବଢ଼ି ନ ପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri