ବିପଦ ପୁଣି ଘନେଇଲା: ଭାରତ କରୋନା ସଂକ୍ରମଣର ଏକ ନମ୍ବର ସ୍ଥାନରେ ରହିବା ଆଶଙ୍କା

ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୁଧବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୭୫୨ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ଏହି ଧାରା ଜାରି ରହିଲେ ଭାରତ ଖୁବ୍‌ ଶୀଘ୍ର କରୋନା ସଂକ୍ରମଣ ତାଲିକାରେ ଶୀର୍ଷରେ ରହିବାର ଆଶଙ୍କା ରହିଛି। ସେତେବେଳେ ପ୍ରତି ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ରହିଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାସାଚ୍ୟୁସେଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୨୦୨୧ ଫେବୃୟାରୀ ସୁଦ୍ଧା ପ୍ରତିଦିନ ଦେଶର କରୋନା ସଂକ୍ରମଣ ସ୍ଥିତି ଏଭଳି ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୮୪ଟି ଦେଶରେ ହୋଇଥିବା କରୋନା ସଂକ୍ରମଣ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ କୋଟି ଛୁଇଁବ ବୋଲି ଏଥିରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଆମେରିକାରେ ପ୍ରତିଦିନ ୯୫ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବାର ଆଶଙ୍କା ରହିଥିବାବେଳେ ଦକ୍ଷିର ଆଫ୍ରିକାରେ ୨୧ ହଜାର ଏବଂ ଇରାନରେ ୧୭ ହଜାର ଆକ୍ରାନ୍ତ ଚିହ୍ନଟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ...

ନଡ୍ଡାଙ୍କ କଡ଼ା ସମାଲୋଚନା,ତେଲେଙ୍ଗାନାରୁ ମୂଳ ପୋଛ ହେବେ କେସିଆର ସରକାର…

ହାଇଦ୍ରାବାଦ, ୨୩।୮ : ହାଇଦ୍ରାବାଦରେ ଭାଜପା କର୍ମକର୍ତ୍ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରୁଥିବା ତେଲେଙ୍ଗାନାଭାଜପା ଅଧ୍ୟକ୍ଷ ବି.ସଞ୍ଜୟ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହାକୁ...

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

ପ୍ଲାଷ୍ଟିକ ଡ୍ରମ୍‌ର ଭେଳାରେ ବନ୍ୟାଞ୍ଚଳ ପାରିହେଲେ ବରବଧୂ: ଭିଡିଓ ଭାଇରାଲ

ପାଟନା,୧୪।୭: ମୌସୁମୀ ବର୍ଷାରେ ବିହାରର ଅଧିକାଂଶ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିହାରର ଫରବେଶଗଞ୍ଜ ଅଞ୍ଚଳରେ ବିବାହ ପରେ ନବ ଦମ୍ପତି ରାସ୍ତା...

ବିଳମ୍ବ ହୋଇନି, ଫେରିଆସ

ମୁମ୍ବାଇ,୨୯ା୬:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁଆହାଟୀରେ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ସହ ଅବସ୍ଥାନ କରୁଥିବା ୪୦ ବିଧାୟକଙ୍କୁ ମଙ୍ଗଳବାର ଏକ ଆବେଗପୂର୍ଣ୍ଣ ପତ୍ର ଲେଖି...

କଂଗ୍ରେସକୁ ଯେ କୌଣସି ମୁହୂର୍ତ୍ତରେ ଧୋକା ଦେଇପାରେ ଶିବସେନା: ନିରୁପମ

ମୁମ୍ବାଇ,୨୮ ।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶଙ୍କ ସାକ୍ଷାତ୍‌କାରକୁ ନେଇ ବେଳକୁ ବେଳ ରାଜନୀତି ହେଉଛି...

କରତାରପୁର କରିଡର ଯିବାକୁ ହେଲେ ସିଦ୍ଧୁଙ୍କୁ ନେବାକୁ ପଡିବ ଅନୁମତି: ରବିଶ କୁମାର

ନୂଆଦିଲ୍ଲୀ,୩୧।୧୦: କରତାରପୁର କରିଡର ଆସନ୍ତା ମାସରେ ଖୋଲା ଯିବାର ଯୋଜନା ରହିଛି। ଏହାକୁ ନେଇ ପାକିସ୍ତାନ ଯେଉଁ ନିୟମ ରଖିଛି ତାକୁ ନେଇ ବୈଦେଶିକ ମନ୍ତ୍ରଣାଳୟର...

ଚିରାଗଙ୍କ ସହ ସାକ୍ଷାତ୍‌କାର ସମୟରେ ଭାବୁକ ହେଲେ ଶରଦ ଯାଦବ

ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ...

Advertisement
Archives

Model This Week