ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୭।୩:  ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ବ୍ୟାରେଲ ପିଛା ଦର ୧.୪୫% ବୃଦ୍ଧି ପାଇ ୬୭.୭୧ (ନ୍ୟୁୟର୍କ) ଡଲାରରେ ପହଞ୍ଚିଛି। ଏହି ଦର ବୃଦ୍ଧି ଫଳରେ ଭାରତ ବଜାରରେ ଅଶୋଧିତ ତୈଳ ଦର ୨୮ ଟଙ୍କା ବଢ଼ି ବ୍ୟାରେଲ ପିଛା ୬୦୭୫ ଟଙ୍କା ଛୁଇଁଥିବା ଜଣାପଡ଼ିଛି। ଏଇ ନିକଟରେ ଆନ୍ତର୍ଜାତୀୟ ବଜାରରେ ତୈଳ ବ୍ୟାରେଲ ପିଛା ଦର ୧୦ ଡଲାର ବୃଦ୍ଧି ନେଇ ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ପ୍ରାୟ ୨ ବର୍ଷ ପରେ ବ୍ୟାରେଲ ପିଛା ଦର ଉଚ୍ଚତମ ସ୍ତରରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ଅନେକ ଦେଶରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଭଳି ପରିସ୍ଥିତି ଜାରି ହୋଇଥିଲା। ଫଳରେ ଏହି ସଂକ୍ରମଣ ବ୍ୟାପିବା ଯୋଗୁ ଉତ୍ପାଦନରେ ହ୍ରାସ ପାଇବା ସହ ଦର ମଧ୍ୟ ହ୍ରାସ ହୋଇଥିଲା ବର୍ତ୍ତମାନ ସମୟରେ ଅଚାନକ ଅଶୋଧିତ ତୈଳ ଦର ବଢିବା ସହ ଏହାର ଚାହିଦା ମଧ୍ୟ ବଢ଼ିଯାଇଛି। ଗୋଟିଏ ପଟେ ଚାହିଦା ବୃଦ୍ଧି ହୋଇଥିବା ବେଳେ ଅନ୍ୟପଟେ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା କାରଣରୁ ଉତ୍ପାଦନ ହ୍ରାସ ପାଉଛି। ଫଳରେ ଏହିସବୁ ଦେଶ ଉପରେ ନିର୍ଭର କରୁଥିବା ରାଷ୍ଟ୍ରଗୁଡିକରେ ତୈଳ ଉତ୍କଟ ହେବାକୁ ଯାଉଛି। ଆମେରିକା ବ୍ରେଣ୍ଟ କ୍ରୁଡ୍‌ ବ୍ୟାରେଲ ପିଛା ଦର ଶନିବାର ୬୭.୪୪ ଡଲାର ଉପରେ ରହିଥିବା ବେଳେ ଆମେରିକା ବଜାରରେ ତୈଳ ଦର ୫.୬% ବୃଦ୍ଧି ହୋଇଛି। ସାଉଦି ଆରବର ଉତ୍ପାଦନ ହ୍ରାସ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ହେଉଛି। ବିଭିନ୍ନ ରାଷ୍ଟ୍ରର ଭିନ୍ନ ଭିନ୍ନ ନିଷ୍ପତ୍ତି ଯୋଗୁ ଦୈନିକ ୧୦ ଲକ୍ଷ ବ୍ୟାରେଲ ଉତ୍ପାଦନ ହ୍ରାସ ପାଉଛି। ଫଳରେ ଏହାର ପ୍ରଭାବ ସିଧା ବଜାର ଓ ଖାଉଟିଙ୍କ ଉପରେ ପଡୁଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?