ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୧୮ ଭୋଟ ମିଳିଛି । ଏହାସହ ପୂର୍ବତନ ମନ୍ତ୍ରୀ କେମି ବୈଡେନୋଚ ପ୍ରଧାନମନ୍ତ୍ରୀ ରେସରୁ ବାହରି ଯାଇଛନ୍ତି । ତାଙ୍କୁ ମାତ୍ର ୫୯ଭୋଟ ମିଳିଥିଲା । ଏବେ ପ୍ରଧାନମନ୍ତ୍ରୀ ରେସରେ ମାତ୍ର ୩ ଜଣ ବାକି ରହିଲେ । ବାଣିଜ୍ୟ ମନ୍ତ୍ରୀ ପେନି ମୋଡୈଟ ୯୨ ଓ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ୮୬ ଭୋଟ ମିଳିଛି । ଏବେ ପରବର୍ତ୍ତି ରାଉଣ୍ଡରେ ସୁନକ, କେନି ମୋଡୈଟ ଓ ଲିଜ ଟ୍ରସଙ୍କ ମଧ୍ୟରେ ମୁକାବିଲା ହେବ ।
ଶେଷ ଦୁଇ ପ୍ରାର୍ଥିଙ୍କ ନାମ ବୁଧବାର ହେବାକୁ ଯାଉଥିବା ୫ମ ରାଉଣ୍ଡ ମତଦାନ ପରେ ଜଣାପଡିବ । ଏହାପରେ ଧ୍ୟାନ ରହିବ ଟୋରି ପାର୍ଟିର ସଦସ୍ୟତା ଆଧାରକୁ ସପକ୍ଷରେ ଆଣିବା । ଅନୁମାନ କରାଯାଇଛି ଏହି ସଦସ୍ୟଙ୍କ ସଂଖ୍ୟା ପ୍ରାୟ ୧,୬୦,୦୦୦ ଯେଉଁମାନେ ୨ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କ ପାଇଁ ମତଦାନ କରିବେ । ଅଗଷ୍ଟ ଶେଷ ସୁଦ୍ଧା ସେହି ଭୋଟର ଗଣତି କରାଯିବ ଓ ୫ ସେପ୍ଟେମ୍ବର ସୁଦ୍ଧା ବିଜେତାଙ୍କ ନାମ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଗୁରୁବାର ସୁଦ୍ଧା କେବଳ ୨ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ରେସରେ ରହିବେ । ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ସୁନକଙ୍କୁ ସୋମବାର ହୋଇଥିବା ତୃତୀୟ ରାଉଣ୍ଡ ଭୋଟିଂରେ ୧୧୫ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ରାଉଣ୍ଡରେ ୧୦୧ ଓ ପ୍ରଥମ ରାଉଣ୍ଡରେ ୮୮ ଭୋଟ ମିଳିଥିଲା । ସମସ୍ତ ପର୍ଯ୍ୟାୟରେ ସୁନକ ଶୀର୍ଷରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

The Kerala Story 2 Release: ଫିଲ୍ମ ଉପରେ ଥିବା ସ୍ଥଗିତାଦେଶ ଉଠାଇଲେ କେରଳ ହାଇକୋର୍ଟର ଡିଭିଜନ ବେଞ୍ଚ

ମୁମ୍ବାଇ,୨୭।୨: ଶୁକ୍ରବାର କେରଳ ହାଇକୋର୍ଟ ‘ଦି କେରଳ ଷ୍ଟୋରି 2’ ଚଳଚ୍ଚିତ୍ରର ନିର୍ମାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ କେରଳ ହାଇକୋର୍ଟର ଏକକ ବିଚାରପତି…

ଏହି ୩ ରାଶିଙ୍କ ପାଇଁ ମାର୍ଚ୍ଚ ମାସ ଅତ୍ୟନ୍ତ ଭାଗ୍ୟଶାଳୀ, ଖୋଲିଯବ ଉନ୍ନତିର ରାସ୍ତା

ବର୍ଷର ଦ୍ୱିତୀୟ ମାସ ଫେବୃଆରୀ ଶେଷ ହେବ। ବର୍ଷର ତୃତୀୟ ମାସ ଅର୍ଥାତ୍‌ ମାର୍ଚ୍ଚର ଆଗମନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ବହୁତ ସ୍ବତନ୍ତ୍ର ହେବାକୁ…

ଭାଜପା ଇଚ୍ଛାଧାରୀ ନାଗ, ମୋଦିଙ୍କୁ ନେଇ କ’ଣ କହିଲେ ପବନ ଖେରା ଜାଣନ୍ତୁ

ନୂଆଦିଲ୍ଲୀ,୨୭।୨: ଶୁକ୍ରବାର (୨୭ ଫେବୃଆରୀ) ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଏକ CBI ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri