ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

ଲଣ୍ଡନ,୨୩ା୬: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍‌ଜରଭେଟିଭ୍‌ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ ଏହାର ତାରିଖ ଘୋଷଣା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନରେ ବାଜି ଲଗାଇଥିବା ଅଭିଯୋଗର ଅନୁସନ୍ଧାନ କରୁଛନ୍ତି।
ବ୍ରିଟେନର ଜୁଆ ଖେଳ ଆୟୋଗ ଜୁଲାଇ ୪ ନିର୍ବାଚନ ତାରିଖରେ ବେଟିଂ ଅଭିଯୋଗ ନେଇ ଦଳର ପ୍ରଚାର ନିର୍ଦ୍ଦେଶକଙ୍କ ଉପରେ ତଦନ୍ତ ଆରମ୍ଭ କରିସାରିଛନ୍ତି ବୋଲି ବ୍ରିଟିଶର ଏକ ଖବରକାଗଜ ରବିବାର ରିପୋର୍ଟ କରିଛି।

ଏହି ଖବରକାଗଜରେ ଉକ୍ତ ଅଧିକାରୀଙ୍କୁ ନିକ୍‌ ମେଶନ ନାମରେ ନାମିତ କରାଯାଇଛି, ଯିଏ କନ୍‌ଜରଭେଟିଭ୍‌ ପାର୍ଟିର ମୁଖ୍ୟ ଡାଟା ଅଫିସର ଅଟନ୍ତି। ଏହି ଅଭିଯୋଗ ଉପରେ ମେଶନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଖବରକାଗଜରେ ମେଶନଙ୍କ ମୁଖପାତ୍ର କହିଛନ୍ତି ଯେ, ସେ କୌଣସି ଭୁଲ୍‌କୁ ଅସ୍ବୀକାର କରିଛନ୍ତି।
ପାର୍ଟିର ଏକ ବିବୃତ୍ତିକୁ ଦର୍ଶାଇ ଏଥିରେ କୁହାଯାଇଛି , ଅଭିଯୋଗ ପରେ ମେଶନ ମଧ୍ୟ ଛୁଟି ନେଇଛନ୍ତି।
ଏହି ଘୋଟାଲା ସମ୍ପର୍କିତ ଅଭିଯୋଗ ସୁନକଙ୍କ ବିରୋଧୀ ଲେବର ପାର୍ଟିକୁ ତାଙ୍କ ଉପରେ ଆକ୍ରମଣ କରିବାର ଏକ ନୂଆ ସୁଯୋଗ ଦେଇଛି। ଏଥି ସହିତ ସାଧାରଣ ନିର୍ବାଚନରେ ମତଦାନରେ ପଛରେ ପଡ଼ିଥିବା ସୁନକଙ୍କ ଦଳ ଏକ ନୂଆ ଝଟ୍‌କା ଦେଇଛି।

ଅନ୍ୟପକ୍ଷରେ ତାଙ୍କ ଦଳର ସହକର୍ମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଶୁଣି ସେ ଅତ୍ୟନ୍ତ ରାଗିଥିବା କହିଛନ୍ତି। ସେ ଏହାକୁ ଏକ ଗୁରୁତର ବିଷୟ ବୋଲି କହିଛନ୍ତି। ଏହି ଦୁର୍ନୀତିରେ ନାମିତ ପାର୍ଟିର ପ୍ରାର୍ଥୀଙ୍କ ମଧ୍ୟରୁ କ୍ରେଗ ଓ୍ବିଲିୟମ୍ସ ଏହି ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି ଏବଂ ଦଳର ପ୍ରଚାର ନିର୍ଦ୍ଦେଶକ ଟନି ଲି ଅନୁପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri