Posted inଖେଳ

ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍‌ ବୋଲିଂ ପରେ ଘଟିଲା….

କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ ରିକେଲଟନ ଏବଂ ଏଡେନ ମାର୍କ୍ରାମ ଏକ ଭଲ ଆରମ୍ଭ କରି ପ୍ରଥମ ଉଇକେଟ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ। ଏହି ଭାଗୀଦାରିକୁ ଜସପ୍ରୀତ ବୁମରା ଭାଙ୍ଗି ଦେଇଥିଲେ। ଲଗାତାର ଓଭରରେ ଉଭୟ ଓପନରଙ୍କୁ ଆଉଟ କରିଥିଲେ। ତା’ପରେ କୂଲଦୀପ ଯାଦବ ଟେମ୍ବା ବାଭୁମାଙ୍କୁ ଆଉଟ କରିଥିଲେ, କିନ୍ତୁ ରିଷଭ ପନ୍ତ ସେହି ବଲ ପୂର୍ବରୁ ଏହି ଉଇକେଟ ବିଷୟରେ ଭବିଷ୍ୟବାଣୀ କରିଥିଲେ।

୧୬ତମ ଓଭରର ଶେଷ ବଲରେ ଟେମ୍ବା ବାଭୁମାଙ୍କୁ କ୍ୟାଚ ଆଉଟ କରାଯାଇଥିଲା। କୂଲଦୀପ ଲେଗ ସାଇଡରେ ବୋଲିଂ କରିଥିଲେ, ଯାହାକୁ ବାଭୁମା ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ବଲ ତାଙ୍କ ବ୍ୟାଟର ଭିତର ଧାର ନେଇ ଲେଗ ସ୍ଲିପରେ ଠିଆ ହୋଇଥିବା ଧ୍ରୁବ ଜୁରେଲଙ୍କ ହାତରେ ଚାଲିଗଲା। ପରବର୍ତ୍ତୀ ସମୟରେ ରିପ୍ଲେ ଦେଖାଗଲା ଯେ. ପନ୍ତ ଏହାପୂର୍ବରୁ ଉଇକେଟ ବିଷୟରେ ଭବିଷ୍ୟବାଣୀ କରିଥିଲେ ଏବଂ ସେ ବାଭୁମା କିପରି ଖେଳିପାରନ୍ତି ତାହା ମଧ୍ୟ ଭବିଷ୍ୟବାଣୀ କରିଥିଲେ।
ଲାଇଭ ମ୍ୟାଚ ଦେଖାଯାଇଥିଲା ଯେ, ଏହି ବଲ ପୂର୍ବରୁ, ପନ୍ତ ଲେଗ ସାଇଡରେ ଠିଆ ହୋଇଥିବା ଫିଲ୍ଡରମାନଙ୍କୁ ସତର୍କ କରୁଥିଲେ ଯେ, ଏକ କ୍ୟାଚ ସମ୍ଭବ। ସେ କହିଥିଲେ,ବାଭୁମା ଏକ ସ୍ବିପ ଖେଳିବେ ଏବଂ ଲେଗ ସାଇଡରେ କ୍ୟାଚ ନିଆଯାଇପାରିବ। ଯଦିଓ ବାଭୁମା ସ୍ବିପ କରି ନ ଥିଲେ, ବଲଟି ଲେଗ ସାଇଡ୍‌ରେ ଜୁରେଲକୁ ହାତକୁ ଯାଇଥିଲା

କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି। ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର ୨୨୨ ଥିଲା। ଟିମ ଇଣ୍ଡିଆ ପାଇଁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ମଧ୍ୟ ଦୁଇଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri