Posted inଖେଳ

୩୩ କୋଟିରେ ପନ୍ତଙ୍କୁ କିଣିଲା ପଞ୍ଜାବ, ମେଗା ଅକ୍ସନ ପୂର୍ବରୁ…

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ୍‌ ମେଗା ଅକ୍ସନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏହାପରେ ଅନେକ ଖେଳାଳିଙ୍କ ଭାଗ୍ୟର ଫଳାଫଳ ଆସିବ। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ଅକ୍ସନରେ ୫୭୭ଜଣ ଖେଳାଳିଙ୍କ ଉପରେ ନିଲାମ ଡ଼କାଯିବ। ହେଲେ କିଛି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେଥିରେ ସବୁଠାରୁ ବଡ଼ ନାମ ହେଲା ଋଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ସବୁଠାରୁ ମହଙ୍ଗା ଖେଳାଳି ହେବେ ବୋଲି ଅନୁମାନ କରାଯାଉଛି। ହେଲେ ଅକ୍ସନ ପୂର୍ବରୁ ପନ୍ତଙ୍କୁ ନେଇ ନିଲାମ ଡକା ଯାଇଛି। ପନ୍ତଙ୍କୁ ୩୩ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ କିଣିଛି। କେବଳ ଫରକ ଏତିକି ଯେ ଏହି ନିଲାମ ଏକ ମକ୍‌ ଅକ୍ସନ ଅର୍ଥାତ ନକଲି ଅକ୍ସନରେ ଲାଗିଛି।

ମେଗା ଅକ୍ସନରେ ପନ୍ତ, କେ ଏଲ୍‌ ରାହୁଲ, ଶ୍ରେୟାସ ଆୟାର ଭଳି ଖେଳାଳି ନଜର ଆସିବେ। ଏମାନେ ୨୦୨୪ ଆଇପିଏଲ୍‌ରେ ଅଧିନାୟକ ଥିଲେ। ଏଣୁ ଏମାନଙ୍କୁ ନେଇ ଉତ୍କଣ୍ଠା ବଢ଼ିଛି।

ମେଗା ଅକ୍ସନ ପୂର୍ବରୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଅନେକ ପ୍ରକାର ମକ୍‌ ଅକ୍ସନ ଆୟୋଜିତ ହେଉଛି। ଏହି କ୍ରମରେ ନଭେମ୍ବର ୨୩ରେ ଜିଓ ସିନେମାରେ ଏକ ଏଭଳି ଅକ୍ସନ କରାଯାଥିଲା। ଏଥିରେ ସୁରେଶ ରାଇନା, ମାର୍କ ବାଉଚର, ରବିନ ଉତ୍ଥପା ପ୍ରମୁଖ ଖେଳାଳି ଫ୍ରାଞ୍ଚାଇଜ୍‌ ମୁଖ୍ୟ ଭାବେ ନଜର ଆସିଥିଲେ। ଏଥିରେ ପନ୍ତଙ୍କ ନାମ ଆସିବା ପରେ ଜୋରଦାର ନିଲାମ ଲାଗିଥିଲା। ଶେଷରେ ୩୩ କୋଟିରେ ସବୁଠାରୁ ବଡ଼ ନିଲାମ ଲାଗିଥିଲା। ପଞ୍ଜାବ ଟିମ୍‌ ତାଙ୍କୁ କିଣିଥିଲା।


ଏହା ମକ୍‌ ଅକ୍ସନ ଥିଲେ ହେଁ ମେଗା ଅକ୍ସନରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି କହାଯାଉଛି। ପନ୍ତଙ୍କ ଭଳି କେ ଏଲ୍‌ ରାହୁଲଙ୍କୁ ମଧ୍ୟ ବଡ଼ ଦାମ ମିଳିବ ବୋଲି ଅନୁମାନ କରାଯାଉଛି। ସବୁର ଚିତ୍ର ରବିବାର ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri