Posted inଖେଳ

ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି। ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ପନ୍ତଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିବ। ତେବେ ଶୁକ୍ରବାର ଜାନୁଆରୀ ୧୭ରେ ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ରଣଜୀ ଟ୍ରଫିର ଗ୍ରୁପ୍‌ ପର୍ଯ୍ୟାୟ ୨୩ ଜାନୁଆରୀରୁ ପୁଣି ଥରେ ଆରମ୍ଭ ହେଉଛି। ଏଥିରେ ଟିମ୍‌ ଇଣ୍ଡିଆର କିଛି ନିୟମିତ ଖେଳାଳି ମଧ୍ୟ ଖେଳିବାକୁ ଯାଉଛନ୍ତି। ପନ୍ତ ପୂର୍ବରୁ ଆସୋସିଏଶନ ସଭାପତିଙ୍କୁ ଦିଲ୍ଲୀ ପାଇଁ ତାଙ୍କ ଉପଲବ୍ଧତା ବିଷୟରେ ଜଣାଇ ଦେଇଥିଲେ। ଏଣୁ ତାଙ୍କୁ ଦଳର ଅଧିନାୟକ କରାଯିବ ବୋଲି ଆଶା କରାଯାଉଛି। ଦିଲ୍ଲୀ ଏହାର ପରବର୍ତ୍ତୀ ମ୍ୟାଚ ସୌରାଷ୍ଟ୍ର ବିପକ୍ଷରେ ଖେଳିବ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ଜାନୁଆରୀ ୧୭, ଶୁକ୍ରବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଚୟନ କମିଟି ଏହି ମ୍ୟାଚ୍‌ ପାଇଁ ଦଳ ଘୋଷଣା କରିବେ। ରିପୋର୍ଟରେ, ଜଣେ DDCA ଅଧିକାରୀଙ୍କ ଉଦ୍ଧୃତି ଦେଇ କୁହାଯାଇଛି ଯେ ଏହି ବୈଠକରେ ହିଁ ପନ୍ତଙ୍କ ନାମ ଚୂଡ଼ାନ୍ତ କରାଯିବ। ଏହି ସମୟ ମଧ୍ୟରେ, ୩୮ ଜଣିଆ ସମ୍ଭାବ୍ୟ ଦଳରୁ ଏହି ମ୍ୟାଚ୍‌ ପାଇଁ ଦଳ ଚୟନ କରାଯିବ। ବର୍ତ୍ତମାନ ଏହି ଦଳକୁ କେବଳ ପରବର୍ତ୍ତୀ ମ୍ୟାଚ ପାଇଁ ଚୟନ କରାଯାଉଛି। ଏହା ପରେ ମଧ୍ୟ ଦିଲ୍ଲୀକୁ ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ ଖେଳିବାକୁ ପଡିବ କିନ୍ତୁ ପନ୍ତଙ୍କ ଏଥିରେ ଖେଳିବାର କୌଣସି ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିଲା ରାଜନୈତିକ ମାନଚିତ୍ର: ପ୍ରଥମ ଥର ପାଇଁ ୨୧ ରାଜ୍ୟରେ ଗେରୁଆ, ୯୨ କୋଟି ଲୋକଙ୍କ ଉପରେ ଏନ୍‌ଡିଏର ଶାସନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ବିଜୟ ପରେ, ଦେଶର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଏବେ ଦେଶର ୧୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ NDA...

ହଠାତ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରି ଚମକାଇଲେ ଏହି ଖେଳାଳି, ଏବେ ଏହି ଟୁର୍ନାମେଣ୍ଟରେ ଖେଳିବେ

ନୂଆଦିଲ୍ଲୀ,୮।୨: ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ଦେଶରେ ଏହି ଖେଳକୁ ଏକ ଧର୍ମ ଭାବରେ ଦେଖାଯାଏ। ଭାରତୀୟମାମାନେ ଖେଳାଳିମାନଙ୍କୁ ବହୁତ ପ୍ରେମ...

କେବଳ ଟୁର୍ନାମେଣ୍ଟ ନୁହେଁ, ଭାରତକୁ ହରାଇବା ପ୍ରକୃତ ଚ୍ୟାଲେଞ୍ଜ; ପାକିସ୍ତାନ ଟିମ୍‌କୁ ଶେହବାଜଙ୍କ ପରାମର୍ଶ…

ନୂଆଦିଲ୍ଲୀ/ଇସଲାମାବାଦ, ୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ କିଛି ଦିନ ବାକି। ଏହାକୁ ନେଇ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ପାକିସ୍ତାନ...

ବାରବାଟୀରେ ଅଭ୍ୟାସ କଲା ଟିମ୍‌ ଇଣ୍ଡିଆ

କଟକ,୮।୨: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରତ ୧-୦ରେ ଆଗୁଆ ରହିଛି। ଫେବୃଆରୀ ୯ରେ କଟକର ବାରବାଟୀ...

ପିଲାଦିନର କୋଚଙ୍କୁ ନିଜ ଘର ଉପହାର ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା ଆଜିକାଲି ଜଣେ କୋଚ ଭାବରେ ସମୟ ବିତାଉଛନ୍ତି। ସେ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ...

ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍‌ କଲେ ଭାଙ୍ଗିବେ ରେକର୍ଡ

କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ...

ବିଶ୍ୱବିଜେତା ଟିମ୍‌ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ...

ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶନ

ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri