Posted inଖେଳ

ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ରିଷଭ ପନ୍ତ

ଲିଡ୍ସ,୨୪ା୬: ଭାରତର ଷ୍ଟାର ଉଇକେଟକିପର ବ୍ୟାଟର ରିଷଭ ପନ୍ତ ଜବରଦସ୍ତ ଫର୍ମ ବଜାୟ ରଖି ସୋମବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏଥିସହିତ ପନ୍ତ ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟର ଭାବେ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୧୩୪ ରନର ଦର୍ଶନୀୟ ଇନିଂସ ଖେଳିଥିଲେ। ଏତଦ୍‌ ବ୍ୟତୀତ ପନ୍ତ ଇଂଲଣ୍ଡରେ ଲଗାତର ୫ ଥର ଅର୍ଦ୍ଧଶକତୀୟ ପାଳି ଖେଳିଥିବା ଏଲିଟି ଭ୍ରମଣକାରୀ ବ୍ୟାଟରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ସମ୍ମାନଜନକ ତାଲିକାରେ ଡନ ବ୍ରାଡ୍‌ମ୍ୟାନ, ହାନ୍ସି କ୍ରୋନି, ଶିବନାରାୟଣ ଚନ୍ଦ୍ରପାଲ, କୁମାର ସାଙ୍ଗକାରା ଓ ଡାର୍ଲି ମିଚେଲଙ୍କ ଭଳି ଖେଳାଳି ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଲଗାତର ୭ଟି ଇନିଂସରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର ସହ ଏହି ତାଲିକା ଶୀର୍ଷରେ ରହିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପନ୍ତଙ୍କ ପୂର୍ବରୁ କେବଳ ଜିମ୍ବାଓ୍ବେର ଆଣ୍ଡି ଫ୍ଲାଓ୍ବାର ଏକମାତ୍ର ଉଇକେଟକିପର-ବ୍ୟାଟର ଭାବେ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ କରିଥିଲେ। ଆଣ୍ଡି ୨୦୦୧ରେ ହରାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଯଥାକ୍ରମେ ୧୪୨ ଓ ୧୯୯* ରନ କରିଥିଲେ। ପନ୍ତଙ୍କ ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ବିଜୟ ହଜାରେ, ସୁନୀଲ ଗାଭାସ୍କର (୩ ଥର), ରାହୁଲ ଡ୍ରାଭିଡ୍‌ (୨ ଥର), ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri