Posted inଜାତୀୟ

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ ଘର ଓ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। କେରୋନିରେ ସେମାନେ ପୋଲିସ ଉପରକୁ ବୋମାମାଡ଼ କରିବା ସହ ପଥର ଓ ଧନୁତୀରରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆଇପିଏସ୍‌ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି।
ସୋମବାର ସନ୍ଧ୍ୟାରୁ କାର୍ବି ଆଙ୍ଗ୍‌ଲଙ୍ଗ ଏବଂ ଓ୍ବେଷ୍ଟ କାର୍ବି ଆଙ୍ଗଲଙ୍ଗ୍‌ ଜିଲାରେ ବିଏନ୍‌ଏସ୍‌ଏସ୍‌ର ଧାରା ୧୬୩ ଅଧୀନରେ ନିଷିଦ୍ଧାଦେଶ ଲାଗୁ ହୋଇଥିଲେ ମଧ୍ୟ ସଂଘର୍ଷ ଥମିନାହିଁ। ହିଂସା ଜାରି ରହିଥିବାରୁ ରାଜ୍ୟ ସରକାର ସାମୟିକ ଭାବେ ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଡାଟା ସେବା ବନ୍ଦ କରିଦେଇଛନ୍ତି। ଗ୍ରାମ ଚାରଣ ଭୂମିରୁ ବାହାର ଲୋକଙ୍କୁ ବହିଷ୍କାର କରିବା ଦାବିରେ ଆଦିବାସୀ କାର୍ବି ସମ୍ପ୍ରଦାୟର ଲୋକମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଜିଲାରେ ଉତ୍ତେଜନା ଲାଗିରହିଥିବାରୁ ସୋମବାରଠାରୁ ପୋଲିସ ଡିଜି ହର୍‌ମିତ ସିଂ ସେଠାରେ ରହିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ଉଭୟ ପାର୍ଶ୍ୱରୁ ଆକ୍ରମଣ ହେବାରୁ ଜଣେ ଆଇପିଏସ୍‌ ଅଫିସରଙ୍କ ସମେତ ୩୮ ଜଣ ପୋଲିସ ଆହତ ହୋଇଛନ୍ତି। ତାଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିବା ସିଂ କହିଛନ୍ତି। ଆଉ ହିଂସାରେ ସାମିଲ ହେବେନାହିଁ ବୋଲି ବିକ୍ଷୋଭକାରୀ ସୋମବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମଙ୍ଗଳବାର କେତେକ ଦୋକାନ ଉପରେ ଆକ୍ରମଣ କରିବା ସହ ଗ୍ୟାସ୍‌ ସିଲିଷ୍ଟର ବିସ୍ଫୋରଣ କରାଇଥିଲେ। ପୋଲିସ ଉପରକୁ ସେମାନେ ବୋମା ଫିଙ୍ଗିଥିଲେ। ଜଣେ ପୋଲିସ କର୍ମଚାରୀଙ୍କୁ ତୀର ମାଡ଼ ହୋଇଛି। ପୋଲିସ କେବଳ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ମାଡ଼ କରିଥିଲା। ଶାନ୍ତି ପାଇଁ ଡିଜିପି ନିବେଦନ କରିଥିବାବେଳେ ହିଂସା ଜାରି ରହିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଖେରୋନିରେ ଅନଶନରେ ସାମିଲ ଥିବା ୯ ଜଣଙ୍କୁ ରବିବାର ରାତିରେ ପୋଲିସ ଗିରଫ କରିଥିବା ଖବର ପ୍ରଚାରିତ ହେବା ପରେ ସୋମବାର ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ କାର୍ବି ଆଙ୍ଗ୍‌ଲଙ୍ଗ ସ୍ବୟଂଶାସତ ପରିଷଦ (କେଏଏସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଟୁଲିରାମ ରୋଙ୍ଗ୍‌ହାଙ୍ଗ୍‌ଙ୍କ ପୁରୁଣା ଘରକୁ ଜାଳିଦେଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri