ମୁକେଶ ଅମ୍ବାନୀଙ୍କୁ ଝଟ୍‌କା, ଧନୀ ତାଲିକାରୁ ଖସିଲେ

ନୂଆଦିଲ୍ଲୀ, ୩।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଜବରଦସ୍ତ ଝଟ୍‌କା ଲାଗିଛି। ଶେୟାର ମୂଲ୍ୟ ଖସିବା ଯୋଗୁ ରିଲାଏନ୍ସକୁ ବହୁ କ୍ଷତି ସହିବାକୁ ପଡିଛି। ଫଳସ୍ବରୂପ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (ପ୍ରାୟ ୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି ଏବଂ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଷଷ୍ଠ ସ୍ଥାନରୁ ନବମ ସ୍ଥାନକୁ ଖସି ଆସିଛନ୍ତି। ଏବେ ତାଙ୍କ ପାଖରେ ୭୧.୫ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସୂଚନାଯୋଗ୍ୟ,ସେପ୍ଟେମ୍ବର କ୍ୱାର୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌)ର ଲାଭ ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ କମ ଥିଲା। ଏହି କାରଣରୁ କମ୍ପାନୀର ଅଂଶଧନ ହ୍ରାସ ପାଇଛି। ସୋମବାର ଦିନ କମ୍ପାନୀର ଷ୍ଟକ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କା ହୋଇଛି। ଏହାଯୋଗୁ ରିଲାଏନ୍ସର ବଜାର ପୁଞ୍ଜିକରଣ(ମାର୍କେଟ କ୍ୟାପ୍‌)ରେ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥ ଯୋଜନାରେ ୪ ଲକ୍ଷ ଲୋକଙ୍କୁ ମିଳିବ ପ୍ରଶିକ୍ଷଣ;ଓଡ଼ିଶା ସମେତ ୧୮ ରାଜ୍ୟ ସହ ବୟନ ଶିଳ୍ପ ମନ୍ତ୍ରଣାଳୟର ଚୁକ୍ତି

ନୂଆଦିଲ୍ଲୀ,୧୫-୮: ବୟନଶିଳ୍ପ କ୍ଷେତ୍ରରେ ଯୁବତୀଯୁବକଙ୍କୁ ଦକ୍ଷ କରିବା ଲାଗି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ‘ସମର୍ଥ ଯୋଜନା’ ହାତକୁ ନିଆଯାଇଛି। ଏହି ଯୋଜନା ଅଧୀନରେ...

ଏୟାରଟେଲ୍‌ର ମାଗଣା ପ୍ୟାକ୍‌

ମୁମ୍ବାଇ: ଏୟାରଟେଲ୍‌ ପକ୍ଷରୁ ଗ୍ରାହକଙ୍କ ପାଇଁ ବିଶେଷ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ୫୫ ନିୟୁତରୁ ଅଧିକ ନିମ୍ନ ଆୟବର୍ଗର ଗ୍ରାହକଙ୍କୁ ଏହାର ୪୯...

ସେଣ୍ଟ୍ରାଲ ବ୍ୟାଙ୍କରେ ସତର୍କତା ସଚେତନତା

ଭୁବନେଶ୍ୱର,୧୮-୪: ସଚେତନତା ଅଭାବ ଓ ଚାରିତ୍ରିକ ବିଷମତା ଯୋଗୁ ମଣିଷ ଭ୍ରଷ୍ଟାଚାରରେ ଲିପ୍ତ ହୋଇଥାଏ। ଏହା ଦ୍ୱାରା ସାମାଜିକ ପ୍ରଣାଳୀ ଏବଂ ଆର୍ଥତ୍କ ବ୍ୟବସ୍ଥା ଦୁର୍ବଳ...

ସଞ୍ଚୟ ଖାତା ଉପରେ ସୁଧହାର ୦.୨୫ ପ୍ରତିଶତ କମାଇଲା ଏସ୍‌ବିଆଇ: ୪୨ କୋଟି ଗ୍ରାହକ ହେବେ ପ୍ରଭାବିତ

ମୁମ୍ବାଇ,୧୪।୩: ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କ ସଞ୍ଚୟ ଖାତାର ଏକ ଲକ୍ଷ ଟଙ୍କା ଜମା ଉପରେ...

ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ...

ୟୁନିଟେକ୍‌ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କ ଠକେଇ ମାମଲାରେ ୟୁନିଟେକ୍‌ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ସଞ୍ଜୟ ଚନ୍ଦ୍ରାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲା ରୁଜୁ କରିଛି। ଏହି ମାମଲାରେ...

ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର,...

ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟକୁ ପାଇଲଟଙ୍କ ଚେତାବନୀ; ବକେୟା ଦରମା ଦିଅ ନଚେତ୍‌ ନୋଟିସ ପିରିୟଡ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୧୮-୭: ଏୟାର ଇଣ୍ଡିଆ ପାଇଲଟଙ୍କ ପକ୍ଷରୁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। କମ୍ପାନୀ ତୁରନ୍ତ ସେମାନଙ୍କ ଦରମା ବାବଦରେ ବକେୟା ପ୍ରଦାନ କରୁ ନଚେତ୍‌ ଚାକିରି...

Advertisement


Archives

Model This Week

Why Dharitri