କ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟ

ଚାନ୍ଦବାଲି,୪ା୪(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଗୋପାଳକମାନେ କ୍ଷୀର ଢାଳିଛନ୍ତି। ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି। ଫଳରେ ଚାଷୀ କ୍ଷୀର ଉଚିତ୍‌ ମୂଲ୍ୟ ପାଉ ନ ଥିବା ଅଭିଯୋଗ କରି ଏଭଳି ପ୍ରତିବାଦ କରିଛନ୍ତି।

ଅଭିଯୋଗ ମୁତାବକ, ସମବାୟ ସମିତି ପକ୍ଷରୁ ଲିଟର ପିଛା ମୂଲ୍ୟ ୩୦ରୁ ୩୨ ଟଙ୍କା ଦିଆଯାଉଛି, କିନ୍ତୁ ଏହି କ୍ଷୀର ବଜାରରେ ଓମ୍‌ଫେଡ ୫୪ ଟଙ୍କାରେ ବିକ୍ରି କରୁଛି। ଏଥିପାଇଁ ଚାଷୀମାନେ ବାରମ୍ବାର ସମିତି ନିକଟରେ ମୂଲ୍ୟ ବଢ଼ାଇବାକୁ ଦାବି କରିଥିଲେ ମଧ୍ୟ ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଧ ସମିତି ଗ୍ରହଣ କରୁନାହାନ୍ତି।

ଚାନ୍ଦବାଲି ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଦୁଗ୍ଧକୁ ଜାଣି ଶୁଣି ନିମ୍ନମାନର ଦର୍ଶାଉଛନ୍ତି। ବୁଧବାର ଚାଷୀଙ୍କର ପ୍ରାୟ ୧ ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ମାନ ଖରାପ ଦର୍ଶାଇ ନାକଚ କରାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ନିରାଶ ହୋଇ ରାସ୍ତାରେ ୧ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ଢାଳିଛନ୍ତି। ଏ ନେଇ ଗୋପାଳକମାନେ ଚାନ୍ଦବାଲି ଥାନାରେ ଏକ ଏତଲା ଦେବା ସହିତ ସ୍ଥାନୀୟ ତହସିଲଦାରଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି।

ନ୍ୟାୟ ନ ମିଳବା ପର୍ଯ୍ୟନ୍ତ ବିଏମ୍‌ସିକୁ ତାଲା ପକାଇ ରଖିବୁ, ଯଦି ଜବରଦସ୍ତ କରାଗଲେ ଆତ୍ମହତ୍ୟା କରିବେ ବୋଲି ଗୋପାଳକ ଇନ୍ଦ୍ରମଣି ବାରିକ, ଗୌତମ ମହାନ୍ତି, ଭାରତ ଦାସ, ଲମ୍ବୋଦର ନାୟକ, କୁମାରଜିତ ମହାରଣା ପ୍ରମୁଖ ଚାଷୀ ଲିଖିତ ଦାବି ଚେତାବନୀ ଦେଇଛନ୍ତି।

ବିଏମ୍‌ସି ଭଦ୍ରକ ୟୁନିଟ ଇନ୍‌ଚାର୍ଜ ମଣିଭଦ୍ର ବେହେରା କହିଛନ୍ତି, ସରକାର ଦୁଗ୍ଧମାନ ସ୍ଥିର କରିଛନ୍ତି। ଏହି ମାନ ତଳକୁ କ୍ଷୀର ଗ୍ରହଣ କରାଯିବ ନାହିଁ ବୋଲି ସରକାର ସମସ୍ତ ମେମ୍ବରଙ୍କୁ ଚିଠି କରିଛନ୍ତି। ମାନ ପରୀକ୍ଷା ପରେ ୨ ସମିତିର ଅପମିଶ୍ରଣ କ୍ଷୀର ଫେରାଇ ଦେଇଥିଲୁ। ଅନ୍ୟ ୮ ସମିତି କ୍ଷୀର ଗ୍ରହଣ କରାଯାଇଛି। ଏ ନେଇ ବିଏମ୍‌ସି ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି। ଚାଷୀଙ୍କୁ ଡାକି ଆଲୋଚନା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri