କ୍ଷୀରରୁ ମିଳୁନି ଉଚିତ୍‌ ମୂଲ୍ୟ

ଚାନ୍ଦବାଲି,୪ା୪(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଗୋପାଳକମାନେ କ୍ଷୀର ଢାଳିଛନ୍ତି। ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି। ଫଳରେ ଚାଷୀ କ୍ଷୀର ଉଚିତ୍‌ ମୂଲ୍ୟ ପାଉ ନ ଥିବା ଅଭିଯୋଗ କରି ଏଭଳି ପ୍ରତିବାଦ କରିଛନ୍ତି।

ଅଭିଯୋଗ ମୁତାବକ, ସମବାୟ ସମିତି ପକ୍ଷରୁ ଲିଟର ପିଛା ମୂଲ୍ୟ ୩୦ରୁ ୩୨ ଟଙ୍କା ଦିଆଯାଉଛି, କିନ୍ତୁ ଏହି କ୍ଷୀର ବଜାରରେ ଓମ୍‌ଫେଡ ୫୪ ଟଙ୍କାରେ ବିକ୍ରି କରୁଛି। ଏଥିପାଇଁ ଚାଷୀମାନେ ବାରମ୍ବାର ସମିତି ନିକଟରେ ମୂଲ୍ୟ ବଢ଼ାଇବାକୁ ଦାବି କରିଥିଲେ ମଧ୍ୟ ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଧ ସମିତି ଗ୍ରହଣ କରୁନାହାନ୍ତି।

ଚାନ୍ଦବାଲି ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଦୁଗ୍ଧକୁ ଜାଣି ଶୁଣି ନିମ୍ନମାନର ଦର୍ଶାଉଛନ୍ତି। ବୁଧବାର ଚାଷୀଙ୍କର ପ୍ରାୟ ୧ ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ମାନ ଖରାପ ଦର୍ଶାଇ ନାକଚ କରାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ନିରାଶ ହୋଇ ରାସ୍ତାରେ ୧ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ଢାଳିଛନ୍ତି। ଏ ନେଇ ଗୋପାଳକମାନେ ଚାନ୍ଦବାଲି ଥାନାରେ ଏକ ଏତଲା ଦେବା ସହିତ ସ୍ଥାନୀୟ ତହସିଲଦାରଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି।

ନ୍ୟାୟ ନ ମିଳବା ପର୍ଯ୍ୟନ୍ତ ବିଏମ୍‌ସିକୁ ତାଲା ପକାଇ ରଖିବୁ, ଯଦି ଜବରଦସ୍ତ କରାଗଲେ ଆତ୍ମହତ୍ୟା କରିବେ ବୋଲି ଗୋପାଳକ ଇନ୍ଦ୍ରମଣି ବାରିକ, ଗୌତମ ମହାନ୍ତି, ଭାରତ ଦାସ, ଲମ୍ବୋଦର ନାୟକ, କୁମାରଜିତ ମହାରଣା ପ୍ରମୁଖ ଚାଷୀ ଲିଖିତ ଦାବି ଚେତାବନୀ ଦେଇଛନ୍ତି।

ବିଏମ୍‌ସି ଭଦ୍ରକ ୟୁନିଟ ଇନ୍‌ଚାର୍ଜ ମଣିଭଦ୍ର ବେହେରା କହିଛନ୍ତି, ସରକାର ଦୁଗ୍ଧମାନ ସ୍ଥିର କରିଛନ୍ତି। ଏହି ମାନ ତଳକୁ କ୍ଷୀର ଗ୍ରହଣ କରାଯିବ ନାହିଁ ବୋଲି ସରକାର ସମସ୍ତ ମେମ୍ବରଙ୍କୁ ଚିଠି କରିଛନ୍ତି। ମାନ ପରୀକ୍ଷା ପରେ ୨ ସମିତିର ଅପମିଶ୍ରଣ କ୍ଷୀର ଫେରାଇ ଦେଇଥିଲୁ। ଅନ୍ୟ ୮ ସମିତି କ୍ଷୀର ଗ୍ରହଣ କରାଯାଇଛି। ଏ ନେଇ ବିଏମ୍‌ସି ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି। ଚାଷୀଙ୍କୁ ଡାକି ଆଲୋଚନା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri