ପଶ୍ଚିମବଙ୍ଗରେ ହେରଫେର, ଭୁବନେଶ୍ୱରରେ ବଡ଼ ସିବିଆଇ ଚଢ଼ାଉ

ଭୁବନେଶ୍ୱର,୮ା୧୨(ସୂର୍ଯ୍ୟକାନ୍ତ ବେହେରା): ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ଯ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍‌ ଭୁବନେଶ୍ୱରରେ ଚଢ଼ାଉ କରିଛି। ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ୍‌ ଚଢ଼ାଉକରି ଏକ ଦାମୀ ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ ବୋଲି ଜଣାପଡ଼ିଛି। ଅନ୍ୟ ୨ଜଣ କିଏ ସେ ସମ୍ପର୍କରେ ପୋଲିସ କିମ୍ବା ସିବିଆଇ ଅଧିକାରୀଙ୍କ ନିକଟରୁ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାନୁସାର ଶନିବାର ରାତି ପ୍ରାୟ ୯ଟା ୧୦ରେ ଉକ୍ତ ହୋଟେଲ ସମ୍ମୁଖ ରାସ୍ତାରେ ଓଡି-୦୫-୯୯୯୯ ନମ୍ବର ବିଶିଷ୍ଟ ମର୍ସିଡିଜ୍‌ କାର୍‌ରେ ୪ଜଣ ବ୍ୟକ୍ତି ଯାଉଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏକ ସିବିଆଇ ଟିମ୍‌ ଚଢ଼ାଉ କରିଥିଲା। ଏହାପରେ ଗାଡ଼ିକୁ ଯାଞ୍ଚ କରିବାରୁ ଏକ ବ୍ୟାଗ୍‌ରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା। ଏହି ସମୟରେ କାର୍‌ରେ ଥିବା ବ୍ୟକ୍ତିଙ୍କ ସହ ସିବିଆଇ ଅଧିକାରୀଙ୍କ ଯୁକ୍ତିତର୍କ ହୋଇଥିଲା। ଏନେଇ ସିବିଆଇ ଟିମ୍‌ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ନୟାପଲ୍ଲୀ ଓ ମୈତ୍ରୀ ବିହାର ପୋଲିସ ପହଞ୍ଚତ୍ ପଶ୍ଚିମବଙ୍ଗରେ ହେରଫେର ଉକ୍ତ ମର୍ସିଡିଜ୍‌ ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଥାନାକୁ ନେଇଥିଲା। ସେଠାରୁ ସିବିଆଇ ଅଧିକାରୀମାନେ ସେମାନଙ୍କୁ ଅନ୍ୟ ସ୍ଥାନକୁ ନେଇ ପଚରାଉଚରା କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାପଡ଼ିଥିବା ଓଡ଼ିଶାର ବିଲ୍‌ଡର ଜଣକ ପଶ୍ଚିମବଙ୍ଗରେ ଏକ ନିର୍ମାଣ କାମ ଆଣିଥିଲେ। ସେହି କାମରେ ହେରଫେର ନେଇ ୧୫ଦିନ ତଳେ ସିବିଆଇରେ ଅଭିଯୋଗ ହୋଇଥିଲା। ତାଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri