Posted inଖେଳ

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଛି କି? କାହିଁକି ହାର୍ଦ୍ଦିକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ଅଛି? ନିକଟ ଅତୀତରେ ଘଟିଥିବା କିଛି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ଜୋର ଧରିଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭାରତୀୟ ଦଳ T୨୦ ବିଶ୍ୱକପ ୨୦୨୬ ଟାଇଟଲ ଜିତିବା ଏବଂ ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ବଡ଼ଭାଇ କୃନାଲ ତାଙ୍କୁ ସର୍ବସମ୍ମୁଖରେ ଶୁଭେଚ୍ଛା ଜଣାଇନାହାନ୍ତି। ପୂର୍ବରୁ ଦୁଇ ଭାଇ ପରସ୍ପରର ଛୋଟ ବଡ଼ ସଫଳତାକୁ ସୋସିଆଲ ମିଡିଆରେ ଖୁବ ସେଲିବ୍ରେଟ କରୁଥିବା ବେଳେ ଏଥର କୃନାଲଙ୍କ ନୀରବତା ସମସ୍ତଙ୍କୁ ଚକିତ କରିଛି।

T୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ମୁମ୍ବାଇରେ ଏବଂ ଫାଇନାଲ ଅହମ୍ମଦାବାଦରେ ଖେଳାଯାଇଥିଲା। ପୂର୍ବରୁ ହାର୍ଦ୍ଦିକଙ୍କ ପ୍ରତିଟି ବଡ଼ ମ୍ୟାଚ୍‌ରେ କୃନାଲ ଏବଂ ତାଙ୍କ ପତ୍ନୀ ପଙ୍ଖୁଡ଼ି ଷ୍ଟାଡିୟମରେ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ଗୁଡ଼ିକରେ ଉଭୟଙ୍କୁ କେଉଁଠି ବି ଦେଖିବାକୁ ମିଳି ନ ଥିଲା।

ସମ୍ପର୍କରେ ତିକ୍ତତା ଆସିଥିବାର ଆଉ ଏକ ସଙ୍କେତ ମିଳିଥିଲା ଯେତେବେଳେ ହାର୍ଦ୍ଦିକ ତାଙ୍କ ଭାଉଜ ପଙ୍ଖୁଡ଼ିଙ୍କୁ ଚଳିତ ବର୍ଷ ଜନ୍ମଦିନର ଶୁଭେଚ୍ଛା ଜଣାଇ ନ ଥିଲେ। ହାର୍ଦ୍ଦିକ ସବୁବେଳେ ନିଜ ଭାଉଜଙ୍କୁ ଖୁବ ସମ୍ମାନ କରନ୍ତି ଏବଂ ପ୍ରତିବର୍ଷ ଶୁଭେଚ୍ଛା ଜଣାଇଥାନ୍ତି, ମାତ୍ର ଏଥର ସେଥିରେ ବ୍ୟତିକ୍ରମ ଦେଖାଯାଇଛି।

ଚର୍ଚ୍ଚା ହେଉଛି ଯେ, ମାହିକା ଶର୍ମାଙ୍କ ଆଗମନ ପରେ ଦୁଇ ଭାଇଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଘଟଣାବଳୀର ପ୍ରଭାବ କୃନାଲଙ୍କ ସହ ତାଙ୍କ ସମ୍ପର୍କ ଉପରେ ପଡ଼ିଥିବା ଅନୁମାନ କରାଯାଉଛି। ଯଦିଓ ଏସବୁ କେବଳ ସୋସିଆଲ ମିଡିଆର କଳ୍ପନାଜଳ୍ପନା ହୋଇଥାଇପାରେ, ତଥାପି ପ୍ରଶଂସକମାନେ ଆଶା କରୁଛନ୍ତି ଯେ ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ପୁଣିଥରେ ପୂର୍ବ ଭଳି ଭଲପାଇବା ଏବଂ ନିବିଡ଼ ସମ୍ପର୍କ ଫେରିଆସୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ବଡ଼ ଯନ୍ତ୍ରଣା ଲୁଚାଇ ରଖିଥିଲେ ଭାରତୀୟ କ୍ରିକେଟର, ଟି-୨୦ ବିଶ୍ୱକପ୍ ପୂର୍ବରୁ ହୋଇଥିଲା ବାପାଙ୍କ ମୃତ୍ୟୁ

ମୁମ୍ବାଇ,୧୧।୩: ଭାରତୀୟ ଷ୍ଟାର ୱିକେଟକିପର ବ୍ୟାଟର ଜୀତେଶ ଶର୍ମା ନିକଟରେ ନିଜ ଜୀବନର ଏକ ବଡ଼ ଦୁଃଖଦ ଖବର ସେୟାର କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri