ଅମଳ କରି ନ ଥିବା ଚାଷୀଙ୍କ ନାଁରେ ଧାନବିକ୍ରି, କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ଼,୨୫ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉତ୍ପାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚାଷୀମାନେ ଧାନ ଉତ୍ପାଦନ କରୁଛନ୍ତି। ମାତ୍ର ବିକ୍ରି ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଏଠାକୁ ଧାନ ଆସୁଛି ଏବଂ ସିଧାସଳଖ କେତେକ ରାଇସ୍‌ ମିଲକୁ ଯାଉଛି। ତାହା ମଣ୍ଡିକୁ ନ ଆସିଥିବାବେଳେ ବେପାରୀ ଏବଂ ବିଭାଗୀୟ କର୍ମଚାରୀଙ୍କ ଅସାଧୁମେଣ୍ଟ ଯୋଗୁ ତାହା ବିଭିନ୍ନ ମଣ୍ଡିରେ ଫଲ୍ସ ଏଣ୍ଟ୍ରି ସହିତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘଦିନରୁ ଏଭଳି ଅଭିଯୋଗ ହୋଇ ଆସୁଥିବାବେଳେ ଶନିବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଅଞ୍ଚଳର ଚାଷୀମାନେ ଏ ନେଇ ଜିଲାପାଳଙ୍କୁ ଫେରାଦ ହେବା ପରେ ଧାନବିକ୍ରିରେ ଫଲ୍ସଏଣ୍ଟ୍ରିର ଗୁମର ଫିଟିବାରେ ଲାଗିଛି।

ଚାଷୀମାନେ ଅଭିଯୋଗ କରିଛନ୍ତି, ମଣ୍ଡିଗୁଡ଼ିକରେ ଦଲାଲରାଜ ଖୋଲାଖୋଲି ଭାବରେ ଚାଲିଛି। ଅନେକ ଚାଷୀ କ୍ଷେତରୁ ଧାନ ଅମଳ କରି ନାହାନ୍ତି। ମାତ୍ର ସମ୍ପୃକ୍ତ ଚାଷୀମାନଙ୍କ ନାମରେ ଧାନ ବିକ୍ରି ହୋଇ ସାରିଲାଣି। ସତଲମା ଧାନମଣ୍ଡିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏହି ମଣ୍ଡିରେ ଶନିବାର ସୁଦ୍ଧା ୨୬ଜଣ ଚାଷୀଙ୍କଠାରୁ ୧୪୮୬ କୁଇଣ୍ଟାଲ ଧାନ କିଣା ସରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ୨୬ ଜଣ ଚାଷୀଙ୍କ ଧାନ କିଣାଯାଇଥିବା ଉଲ୍ଲେଖ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣ ଚାଷୀ ଏ ପର୍ଯ୍ୟନ୍ତ ଧାନ ଅମଳ ମଧ୍ୟ କରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହି ଧାନ କେଉଁଠାରୁ ଆସିଛି, କିପରି ଆସିଛି ମଣ୍ଡିରେ ସକ୍ରିୟ ରହି ସମସ୍ତ ଧାନବିକ୍ରି ପ୍ରକ୍ରିୟାର ତଦାରଖ କରୁଥିବା ଚାଷୀ କମିଟିକୁ ମଧ୍ୟ ତାହା ଅଜଣା ରହିଛି। ଚାଷୀମାନେ ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର ଛୁଟି ଦିବସ ଥିବାରୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଘଟଣା ସମ୍ପର୍କରେ ଫୋନ ମାଧ୍ୟମରେ ଜଣାଇଥିଲେ। ସେହି ଧାନ କେଉଁଠାରୁ ଆସିଛି, ତା’ର ଠିକ୍‌ ଅନୁଧ୍ୟାନପୂର୍ବକ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଥିଲେ। ମିଲ ମାଲିକ ଏଜେଣ୍ଟ ମାଧ୍ୟମରେ ଛତିଶଗଡ଼ର ଧାନ ଆଣି ସ୍ଥାନୀୟ ଚାଷୀମାନଙ୍କୁ ପ୍ରଲୋଭିତ କରି ତାଙ୍କ ନାମରେ ଉକ୍ତ ମଣ୍ଡିରେ ତାହା ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ସତଲମା ମଣ୍ଡି ଅଧୀନ ଅଞ୍ଚଳର ୩୫ଜଣ ଚାଷୀ ଜିଲା ପ୍ରଶାସନଠାରେ ଲିଖିତ ଭାବେ ଏଭଳି ଅଭିଯୋଗ କରିଛନ୍ତି। ଶୀଘ୍ର ଏକ ସ୍କ୍ବାଡ ପଠାଇ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ ଚାଷୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଜିଲା ପ୍ରଶାସନ ଯଦି ତତ୍ପରତାର ସହ ତଦନ୍ତ କରେ, ସବୁ ସ୍ପଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି।
ଯେଉଁ ଯେଉଁ ପ୍ଲଟରେ ଚାଷ ହୋଇ ସମ୍ପୃକ୍ତ ଚାଷୀଙ୍କୁ ଟୋକନ ମିଳିଛି, ସେହି ପ୍ଲଟରେ ଠିଆ ଧାନ ଥିବା ସତ୍ତ୍ବେ ଯଦି ସେହି ଟୋକନରେ ଧାନ ବିକ୍ରି ସରିଗଲାଣି, ତାହାହେଲେ ସମ୍ପୃକ୍ତ ଚାଷୀ ଧାନ କେଉଁଠାରୁ ଆଣିଲେ ବୋଲି ପ୍ରଶ୍ନ ଉଠିଛି। ସରକାର ଟୋକନ ତିଆରି କରିବା ପୂର୍ବରୁ ଚାଷୀର ଜମିକୁ ସାଟେଲାଇଟ ମାଧ୍ୟମରେ ସର୍ଭେ କରି ଟୋକନ ଦେଇଥାନ୍ତି। ଏ ପରିପ୍ରେକ୍ଷୀରେ ଯଦି ସେଭଳି ତଦନ୍ତ ହୁଏ, ତାହାହେଲେ ଛତିଶଗଡ଼ର ଧାନ କିଭଳି ଦଲାଲମାନଙ୍କ ଜରିଆରେ ମ୍ୟାନେଜମେଣ୍ଟ କରାଯାଉଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତଲମା ଅଞ୍ଚଳର ଚାଷୀ ଚଞ୍ଚଳ ପ୍ରଧାନ, ଦୁଷ୍ମନ୍ତ କୁମାର ସାହୁ, ସୁବାସ ବଢ଼େଇ, ଫଗୁନୁ ସାହୁ, ଦେବାନନ୍ଦ ସାହୁ, ଜୟଦେବ ସାହୁ, କିଶୋର ସାହୁ,ପାରେଶ୍ବର ସାହୁ, ବୈଶାଖୁ ରଣା, ଦୁର୍ଯ୍ୟୋଧନ ସାହୁ, ଭାଗବତ ପୂଜାରୀ, ମନୋଜ ସାହୁ, ସୁଶାନ୍ତ ଜାଲ, ସୁନୀଲ ସାହୁ, ବିଶିକେଶନ ବଢ଼େଇ, ବିଜୟ ପାତ୍ର, ଧୀରେନ ସେଠ, ରୁକ୍ମଣ ସାହୁ, ବୈଲୋଚନ ସାହୁ, ମାନସ ବେହେରା, ସମୀର ସାହୁ, ଦିନେଶ ସାହୁ, ବିବେକ ସାହୁ, ଯଦୁନନ୍ଦନ ପ୍ରଧାନ, ପ୍ରଶାନ୍ତ ସାହୁ, କୈଳାସ ସାହୁ ପ୍ରମୁଖ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri