ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ…

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ରବି ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ବନ୍ୟଜନ୍ତୁ ଦାଉ ସାଧିଛନ୍ତି। ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡ଼ା ପଞ୍ଚାୟତ ଅନ୍ତର୍ଗତ ବାଇପାଲି ଗ୍ରାମର ଜଣେ ଚାଷୀ ମହେନ୍ଦ୍ର ପ୍ରଧାନ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରବି ଫସଲ ପାଇଁ ସେ ଜମିରେ ବୁଣିଥିବା ଧାନକୁ ବାର୍‌ହା ଖାଇ ନଷ୍ଟ କରି ଦେଇଛନ୍ତି। ବନ୍ୟଜନ୍ତୁଙ୍କ ଦ୍ୱାରା ହୋଇଥିବା ଏଭଳି କ୍ଷୟକ୍ଷତି ପରେ ସମ୍ପୃକ୍ତ ଚାଷୀ ଭାଙ୍ଗି ପଡ଼ିଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ପ୍ରଭାବିତ ଫସଲ ବୁଲି ଦେଖିଛନ୍ତି।
ସୂଚନା ଅନୁଯାୟୀ, ଚାଷୀ ମହେନ୍ଦ୍ର ରବି ଧାନଚାଷ ପାଇଁ ପ୍ରାୟ ଅଧ ଏକର ଜମିରେ ଧାନ ବିହନ ବୁଣିଥିଲେ। ଗତ ପ୍ରାୟ ୧୦ଦିନ ହେଲା ସେ ଧାନ ବିହନ ବୁଣିଥିଲେ ଏବଂ ଧାନଗଛ ମଧ୍ୟ ବାହାରି ଆସିଥିଲା। ଧାନପହ୍ଲା ହୋଇଥିଲେ ସେ ନିଜର ୧୦/୧୨ ଏକର ଜମିରେ ତାହା ରୋଇବା ପାଇଁ ଆଶା ବାନ୍ଧିଥିଲେ। ମାତ୍ର ଶନିବାର ରାତିରେ ଧାନ ବିହନ ବୁଣିଥିବା କିଆରିକୁ ବାର୍‌ହା ପଶିଥିଲେ। ଜମିରେ ବୁଣିଥିବା ଧାନ ସବୁକୁ ବାର୍‌ହା ଖାଇ ଦେଇଥିବା ବେଳେ ଧାନପହ୍ଲା କିଆରି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ରବିବାର ସକାଳେ ଧାନପହ୍ଲା କିଆରିକୁ ଯାଇ ତାହା ଦେଖିବା ପରେ ମହେନ୍ଦ୍ର ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ପରେ ସେ ଜମିରେ ଧାନପହ୍ଲା ରୋଇଥାନ୍ତେ। ଅନ୍ୟପଟେ ଏବେ ପୁଣି ଧାନପହ୍ଲା ପାଇଁ ବିହନ ବୁଣିଲେ ଧାନ ରୋଇବା ସମ୍ପୃକ୍ତ ଚାଷୀଙ୍କ ପାଇଁ ବିଳମ୍ବ ହେବ। ସେହିପରି ଏବେ କେଉଁଠୁ ଓ କାହାଠାରୁ ଧାନପହ୍ଲା ଆଣି ନିଜ ଜମିରେ ରୋଇବେ, ସମ୍ପୃକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେହି ଚିନ୍ତା ଘାରିଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଅଞ୍ଚଳର ଅନେକ ଚାଷୀ ଏଭଳି କ୍ଷୟକ୍ଷତିର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill

ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri