ଭଦ୍ରକ,୨୪ା୯: ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୨ ହଜାର ଟଙ୍କା ନେଇଥିବା ନଗେନ୍ଦ୍ର ବୁଧବାର ଦ୍ୱିତୀୟ ଓ ଅନ୍ତିମ କିସ୍ତି ଭାବେ ୪ ହଜାର ଟଙ୍କା ନେବା ବେଳେ RI ଅଫିସ ସାମନାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଅଭିଯୋଗକାରୀ ଅବଶିଷ୍ଟ ୫ ହଜାର ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ନଗେନ୍ଦ୍ର ଏହାକୁ ୪ ହଜାରକୁ ହ୍ରାସ କରିଥିଲେ। ପୂରା ଲାଞ୍ଚ ଟଙ୍କା ନଗେନ୍ଦ୍ରଙ୍କଠାରୁ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରିଛି। ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ନଗେନ୍ଦ୍ରଙ୍କ ଦୁଇଟି ସ୍ଥାନରେ ଅନୁସନ୍ଧାନ ଜାରି ରହିଛି।

