ରିୟାଙ୍କୁ ମିଳୁଛି ବଳାତ୍କାର ଏବଂ ହତ୍ୟାର ଧମକ: ପୋଷ୍ଟ ଶେୟାର କରି ରଖିଲେ ଏଭଳି ଜବାବ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ ଏକପ୍ରକାର ସ୍ପଷ୍ଟ କରିଛି। ହେଲେ ଏହାକୁ ମାନିବାକୁ ପ୍ରଶଂସକ ଏକ ପ୍ରକାର ନାରାଜ। ଘଟଣାକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ ସେମାନେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ସେ ଥିବା ସନ୍ଦେହ କରୁଛନ୍ତି ପ୍ରଶଂସକ। ଏହାକୁ ନେଇ ରିୟାଙ୍କୁ ଅନେକ ଧମକ ମଧ୍ୟ ଦେଉଛନ୍ତି। ହେଲେ ଏବେ ରିୟା ନିଜର ପ୍ରତିକ୍ରିୟା ରଖି ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇଛନ୍ତି।

ରିୟାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ସହ ହତ୍ୟା କରିଦେବାକୁ ଜଣେ ଧମକ ଦେଇଥିଲେ। ଏହାର ଜବାବ ଦେବାକୁ ଯାଇ ରିୟା ଉକ୍ତ ବ୍ୟବହାରକାରୀଙ୍କ ବାର୍ତ୍ତାର ସ୍କ୍ରିନ୍‌ଶଟ୍‌ ନେଇ ଇନ୍‌ଷ୍ଟା ପୃଷ୍ଠାରେ ଶେୟାର କରିଛନ୍ତି। ଏଥିରେ ତୁମର ବଳାତ୍କାର ଓ ହତ୍ୟା ମୁଁ କରିବି। ଆତ୍ମହତ୍ୟା କର। ନଚେତ ମୁଁ ତୁମକୁ ହତ୍ୟା କରିବା ଲାଗି କିଛି ଲୋକଙ୍କୁ ପଠାଇବି ବୋଲି ଉକ୍ତ ମହିଳା ଲେଖିଛନ୍ତି।

ଏହାର ଜବାବରେ ରିୟା ଲେଖିଛନ୍ତି, ମୋତେ ହତ୍ୟାକାରୀ କୁହାଗଲା, ମୁଁ ଚୁପ୍‌ ରହିଲି। ହେଲେ ମୋ ଚୁପ୍‌ ରହିବାକୁ ନେଇ ଏଭଳି କିପରି ଭାବିପାରିଲେ ଯେ, ଯଦି ମୁଁ ଆତ୍ମହତ୍ୟା ନ କରେ ତେବେ ମୋର ବଳାତ୍କାର ଓ ହତ୍ୟା ଆପଣ କରିବେ। ଆପଣ କେତେବଡ଼ କଥା କହିଛନ୍ତି ହୁଏତ ଆପଣଙ୍କୁ ଜଣା ନ ଥିବ। ଏହା ଅପରାଧ। ଆଇନ ଅନୁଯାୟୀ ଆପଣ କାହାକୁ ଉତ୍ପୀଡ଼ନ କରିପାରିବେ ନାହିଁ। ପୋଷ୍ଟକୁ ରିୟା ସାଇବର କ୍ରାଇମ୍‌ ହେଲ୍ପଲାଇନ୍‌ ଏବଂ ସାଇବର କ୍ରାଇମ୍‌ ଇଣ୍ଡିଆକୁ ଟ୍ୟାଗ୍‌ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

କହିରଖୁଛୁ, ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ରିୟା ଏକ ଇମୋସନାଲ ପୋଷ୍ଟ ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇରାଙ୍କ ବାହାଘର ପାଇଁ ଆମିରଙ୍କ ପ୍ରସ୍ତୁତି, ଜାନୁୟାରୀ ୩ରେ କୋର୍ଟ ମ୍ୟାରେଜ,ବଲିଉଡର କେହି ଯୋଗ ଦେବେନି…

ମୁମ୍ବାଇ : ବଲିଉଡ ଅଭିନେତା ଆମିର ଖାନ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ରୀନା ଦତ୍ତଙ୍କ ଝିଅ ଆଇରା ଖାନଙ୍କ ବିବାହ ହେବାକୁ ଯାଉଛି। ଏନେଇ...

ୟାମିଙ୍କ ସହ ବ୍ରେକ୍‌ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା

ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା...

ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ...

ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ...

ଏକଦା ଶାହାରୁଖ୍‌ କହିଥିଲେ ଯାହା ମୋ’ ପାଖରେ ଅଛି ଅମିତାଭଙ୍କ ପାଖରେ ନାହିଁ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କୁ ପ୍ରଥମେ ‘କଫି ଓ୍ବିଥ୍‌ କରଣ’ର ପ୍ରଥମ ସିଜିନରେ କରଣଙ୍କ ସହ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କର ମଜାଳିଆ ଶୈଳୀକୁ ସେଠାରେ ଥିବା...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା

ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

ଅଭୟ-୨ ଓ୍ବେବସିରିଜ୍‌ରେ ରାମ କପୁରଙ୍କ ଭୟଙ୍କର ରୂପ

ମୁମ୍ବାଇ: ଜି-୫ ସାଇକ୍ଲୋଜିକାଲ ଥ୍ରିଲର ଅଭୟର ଦ୍ୱିତୀୟ ଭାଗ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଓ୍ବେବସିରିଜ୍‌ର ପ୍ରୋମୋ ମଧ୍ୟ ରିଲିଜ୍‌ ହୋଇସାରିଛି। ଚଳିତ ଥର...

Advertisement
Archives

Model This Week