Posted inଜାତୀୟ

ଆରଜି କର ମେଡିକାଲ ex ପ୍ରିନ୍ସପାଲଙ୍କ ଭୟାନକ କାଣ୍ଡ, ବାଂଲାଦେଶକୁ ବିକୁଥିଲେ ମୃତଦେହ

ନୂଆଦିଲ୍ଲୀ,୨୧।୮: ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ସାରା ଦେଶର ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ ବଡ଼ ପର୍ଦ୍ଦାଫାଶ ହୋଇଛି। ଆରଜି ହସ୍ପିଟାଲର ପୂର୍ବ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନାଁ ସଙ୍ଗୀନ ଅଭିଯୋଗ ହୋଇଛି। ସନ୍ଦୀପ, ଟ୍ରେନି ଡାକ୍ତରଙ୍କ ଘଟଣା ପରେ କଲେଜରୁ ଇସ୍ତଫା ଦେଇଥିଲେ।

ହସ୍ପିଟାଲର ପୂର୍ବ ସୁପରିଟେଣ୍ଡଣ୍ଟ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅନୈତିକ କାର୍ଯ୍ୟରେ ସାମିଲ୍‌ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରୁଛନ୍ତି। ପୂର୍ବ ସୁପରିଟେଣ୍ଡଣ୍ଟ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ଦୁର୍ନୀତିରେ ସାମିଲ୍‌ ଅଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।
ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଲାଞ୍ଚ ନ ଦେଲ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ଏହାପରେ ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରୁଥିଲେ।

କୋଲକାତାର ଆର୍‌.ଜି. କର୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍ସରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାର କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ସିବିଆଇ ମାମଲାର ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଡିକାଲ କଲେଜରେ ଟ୍ରାନ୍ସଫର ପୋଷ୍ଟିଂ ପାଇଁ ଲାଞ୍ଚ କାରବାର ହେଉଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଛି। ସେହିପରି ଦୀର୍ଘଦିନ ଧରି ବେଆଇନ ଔଷଧ କାରବାର ମଧ୍ୟ ଆର୍‌.ଜି. କର୍‌ ମେଡିକାଲ କଲେଜରେ ହେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି।

ଏହି ବେଆଇନ ଔଷଧ ରାକେଟ ବର୍ଷ ବର୍ଷ ଧରି କେବଳ ଉକ୍ତ ମେଡିକାଲ କଲେଜ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅନ୍ୟାନ୍ୟ ମେଡିକାଲ କଲେଜକୁ ବ୍ୟାପିଛି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା କୋଟି କୋଟି ମୂଲ୍ୟର ଏହି ମେଡିସିନ ବିଭିନ୍ନ ଅବୈଧ ନେଟ୍‌ଓ୍ବାର୍କ ମାଧ୍ୟମରେ ଘରୋଇ ମେଡିକାଲ ଷ୍ଟୋରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି। ଯେଉଁ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀ ବିଭିନ୍ନ ଫୋରମ୍‌ରେ ଏହି ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସ୍ବର ଉଠାଉଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇ ବଳାତ୍କାର ଏବଂ ହତ୍ୟା କରାଯାଉଥିଲା। ତେବେ ଉଭୟ ଦୁର୍ନୀତିରେ ରାଜ୍ୟ ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଡାକ୍ତର ଏବଂ ବ୍ୟକ୍ତିବିଶେଷଙ୍କୁ ଖୋଜିବାକୁ ସିବିଆଇ ପ୍ରୟାସ ଜାରି ରଖିଛି। ଲାଞ୍ଚ ନେଇ ଡାକ୍ତରଙ୍କ ବଦଳି ଦୁର୍ନୀତିରେ କେତେଜଣ ଡାକ୍ତର ଏବଂ ରାଜ୍ୟ ପ୍ରଶାସନର ଗୋଟିଏ ରାକେଟ କାମ କରୁଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଡାକ୍ତରମାନେ ନିଜ ମନପସନ୍ଦର ମେଡିକାଲ କଲେଜକୁ ବଦଳିହେବାକୁ ଚାହୁଁଥିଲେ, ସେମାନଙ୍କୁ ପ୍ରାୟ ୨୦ରୁ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି। ଗତ ୯ରେ ଆର୍‌.ଜି. କର୍‌ ମେଡିକାଲ କଲେଜରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତା ଏହି ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ସେ ବିଭିନ୍ନ ଫୋରମରେ ଏହା ବିରୋଧରେ ପ୍ରତିବାଦ କରିଥିଲେ ବୋଲି ସିବିଆଇ କହିଛି। ଅନ୍ୟପକ୍ଷରେ, ଆର୍‌.ଜି. କର୍‌ ମେଡିକାଲ କଲେଜରେ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣ ହେଉଥିବା ନେଇ ଭାଜପା ନେତ୍ରୀ ଲକେଟ ଚାଟାର୍ଜୀ ଅଭିଯୋଗ କରିଛନ୍ତି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ରାଜ୍ୟ ସରକାରଙ୍କ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହଯୋଗରେ ହସ୍ପିଟାଲ କର୍ତ୍ତୃପକ୍ଷ ଚାଲାଣ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri