୫୦୦୦ ୟୁଜି ଛାତ୍ରୀଛାତ୍ରଙ୍କୁ ଆର୍‌ଏଫ୍‌ଏସ୍‌

ଭୁବନେଶ୍ୱର,୨୩।୫: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ୨୭ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୫୦୦୦ ଅଣ୍ଡର-ଗ୍ରାଜୁଏଟ୍‌ (ୟୁଜି) ଛାତ୍ରୀଛାତ୍ର ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି (ଆର୍‌ଏଫ୍‌ଏସ୍‌) ପାଇବେ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ପ୍ରଥମ ବର୍ଷର ୫୦୦୦ ୟୁଜି ଛାତ୍ରୀଛାତ୍ର ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍‌ ଶିକ୍ଷାବୃତି ପାଇବେ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ରୀମାନେ ପ୍ରାୟ ୨ଲକ୍ଷ ଟଙ୍କା ସହ ଏକ ସକ୍ଷମ ଆଲୁମିନି ନେଟ୍‌ୱର୍କର ଅଂଶ ହେବାର ସୁଯୋଗ ପାଇବେ।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ଦେଶର ଯୁବବର୍ଗଙ୍କ ନିକଟରେ ଆବଶ୍ୟକ ଶିକ୍ଷାକୁ ପହଞ୍ଚାଇବା ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସର୍ବଦା ପ୍ରୟାସ ଜାରି ରଖିଛି। ଏପରିକି ନିକଟରେ ଚୟନ ହୋଇଥିବା ସବୁ ପ୍ରତିଭାବାନଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ଉଲ୍ଲେଖଯୋଗ୍ୟ, ଯେକୌଣସି ଶୃଙ୍ଖଳାର ପାଠ୍ୟକ୍ରମରେ ପାଠପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ମେଧା ତଥା ସାଧନ (ମେରିଟ୍‌ କମ୍‌ ମିନ୍‌ସ) ଆଧାରରେ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍‌ ଶିକ୍ଷାବୃତି ପ୍ରଦାନ କରାଯାଉଛି। ଚଳିତ ବର୍ଷ ପାଇଁ ଇଞ୍ଜିନିୟରିଂ-ପ୍ରଯୁକ୍ତି, ବିଜ୍ଞାନ, ଭେଷଜ, ବାଣିଜ୍ୟ, କଳା, ବିଜନେସ-ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ, ଆଇନ, ଶିକ୍ଷା, ଆତିଥେୟତା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ପ୍ରଫେସନାଲ ଡିଗ୍ରୀର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ବିଶେଷ କରି ୨୦୨୨-୨୩ ବର୍ଷ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବାଳିକା। ଅପରପକ୍ଷରେ ଏକ ଆପ୍‌ଟିଚ୍ୟୁଡ୍‌ ପରୀକ୍ଷା, ଦ୍ୱାଦଶ ଶ୍ରେଣୀର ମାର୍କ ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଭଳି କଠିନ ଚୟନ ପ୍ରକ୍ରିୟା ମାଧ୍ୟମରେ ୪,୯୮୪ ରୁ ଅଧିକ ଶିକ୍ଷାନୁଷ୍ଠାନରେ ପାଠପଢ଼ୁଥିବା ପ୍ରାୟ ୪୦,୦୦୦ ଆବେଦନକାରୀଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି। ଉକ୍ତ ପର୍ଯ୍ୟାୟରେ ୯୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷାବୃତି ପ୍ରଦାନ ଲାଗି ଚୟନ କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟ-ଗ୍ରାଜୁଏଟ (ସ୍ନାତକୋତର) ଶିକ୍ଷାବୃତି ୨୦୨୨-୨୩ର ଚୟନ ବିଷୟରେ ଜୁଲାଇ ମାସରେ ଘୋଷଣା ଆଶା କରାଯାଉଛି। ପରବର୍ତୀ ପର୍ଯ୍ୟାୟ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ଶିକ୍ଷାବୃତି (୨୦୨୩-୨୪) ପାଇଁ ଆଗାମୀ ଦିନରେ ଆବେଦନ ଆହ୍ବାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri