ବିଜେଡିରେ ବିଦ୍ରୋହ ନିଆଁ: ନବୀନ ନିବାସକୁ ଡାକିଲେ ସୁପ୍ରିମୋ

ଭୁବନେଶ୍ୱର,୨୯।୮: ଯୁବ ଛାତ୍ର ସଭାପତି ଘୋଷଣା ପରେ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତା ମେଳି ବାନ୍ଧିଛନ୍ତି। ନବନିଯୁକ୍ତ ଛାତ୍ର ସଭାନେତ୍ରୀ ମଧ୍ୟ ଏଥିରୁ ବାଦ୍‌ପଡ଼ି ନାହାନ୍ତି। ଛାତ୍ର ସଭାପତି ଚୟନରେ ଏକ ପାଖିଆ ନିଷ୍ପତ୍ତି ହୋଇଥିବା ଅଭିଯୋଗ ହେଉଛି। ପାଣ୍ଡିଆନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ୁଛି। ।
ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଯୁବ ଓ ଛାତ୍ର ବିଜେଡି ଟିମ୍‌କୁ  ନବୀନ  ନିବାସ ଡାକରା  ହୋଇଛି। ତେବେ ଛାତ୍ର ସଭାନେତ୍ରୀ ଇପ୍‌ସିତା ସାହୁ, ଯୁବ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ହୋଇଛନ୍ତି। ଯୁବ ଓ ଛାତ୍ର ବିଜେଡିର ପଦାଧିକାରୀଙ୍କୁ ମଧ୍ୟ ନବୀନ ନିବାସ ଡାକରା ହୋଇଛି। ଏ ନେଇ ଦେବୀ ତ୍ରିପାଠୀ, ବ୍ୟୋମକେଶ ରାୟ, ଦେବାଶିଷ ଆଚାର୍ଯ୍ୟ, ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ହୋଇଛନ୍ତି।